୨ ବର୍ଷ ପରେ ଚାଲିଲା ଟ୍ରମ୍ପଙ୍କ ଫେସବୁକ୍, ଇନଷ୍ଟାଗ୍ରାମ

ଓ୍ବାସିଂଟନ: ପୁଣି ସୋସିଆଲ ମିଡିଆକୁ ଫେରିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ୨ ବର୍ଷ ତଳେ ତାଙ୍କୁ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ବହିସ୍କାର କରାଯାଇଥିଲା । ଏବେ ସେ ଦୀର୍ଘ ୨ ବର୍ଷ ପରେ ପରେ ସୋସିଆଲ ମିଡିଆ ଚଳାଇ ପାରିବେ ।

ଡୋନାଲ୍ଡ ଟ୍ରମ୍ପଙ୍କ ଫେସବୁକ ଏବଂ ଇନଷ୍ଟାଗ୍ରାମ ବନ୍ଦ ହୋଇ ରହିଥିଲା । ଏବେ ସେ ପୁଣି ଥରେ ଏହି ଦୁଇ ପ୍ଲାଟଫର୍ମକୁ ଫେରିଛନ୍ତି । ଏ ନେଇ ମେଟା ମୁଖପାତ୍ର ଆଣ୍ଡ୍ରିଆ ଷ୍ଟୋନ ସୂଚନା ଦେଇଛନ୍ତି ।

ଏବେ ଟ୍ରମ୍ପଙ୍କର ଇଷ୍ଟାଗ୍ରାମରେ ୨୩ ମିଲିୟନ ଫଲୋଅର୍ସ ଏବଂ ଫେସବୁକର ୩୪ ମିଲିୟନ ଫଲୋଅର୍ସ ଅଛନ୍ତି ।

୨୦୨୧ ମସିହା ଜାନୁଆରୀ ୬ରେ କ୍ୟାପିଟାଲ ହିଲସ ଦଙ୍ଗା ଘଟଣା ପରେ ଟ୍ରମ୍ପଙ୍କ ସୋସିଆଲ ମିଡିଆକୁ ଦୁଇବର୍ଷ ପାଇଁ ବନ୍ଦ କରିଦିଆଯାଇଥିଲା । ଗତ ଜାନୁଆରୀରେ ଆକାଉଣ୍ଟ ଚାଲୁ କରିବାକୁ ଘୋଷଣା ହୋଇଥିଲେ ମଧ୍ୟ ତାହ ସଚଳ ହୋଇ ନଥିଲା ।