ସମୁଦ୍ରରୁ ମାଡ଼ି ଆସୁଛି ସୁନାମି: ବାଜିଲା ସାଇରନ୍, ଆଉ ତା’ ପରେ…

1 min read

ବାସୁଦେବପୁର/ପାଟକୁରା: ବିପର୍ଯ୍ୟୟ ବଳୟରେ ଉପକୂଳ ଓଡ଼ିଶା । ଏଠି ପ୍ରାକୃତିକ ବିପର୍ଯ୍ୟୟର ଉଗ୍ର ରୂପ ଆଗରେ ହାର ମାନୁଛି ବିଜ୍ଞାନ । ଫେଲ୍ ମାରୁଛି ମଣିଷର ଜ୍ଞାନ କୌଶଳ । ତାଥାପି ମୁଖ୍ୟମନ୍ତ୍ରୀଙ୍କ ଜିରୋ କାଜୁଆଲଟିକୁ ଧ୍ୟାନ ଦିଆଯାଉଛି । ରକ୍ଷା ପାଉଛି ବହୁ ଧନ ଜୀବନ । ତେବେ ଜିରୋ କାଜୁଆଲଟିକ ଗୁରୁତ୍ୱ ଦେଇ ଭଦ୍ରକ ଜିଲ୍ଲା ବାସୁଦେବପୁର ଓ କେନ୍ଦ୍ରପଡା ଜିଲ୍ଲା ପାଟକୁରାରେ ମକ୍ ଡ୍ରିଲ୍ ହୋଇଛି ।

ବାଜୁଛି ସୁନାମି ସାଇରନ୍ । ମାଇକ୍ ଯୋଗେ ଘନ ଘନ ସତର୍କ ସୂଚନା । ସମୁଦ୍ରରୁ ମାଡ଼ି ଆସୁଛି ସୁନାମି । ଭୟଭୀତରେ ଜୀବନ ବିକଳରେ ଏଣେ ତେଣେ ଧାଉଁଛନ୍ତି ଲୋକେ । କିଏ ଜୀବନ ବଞ୍ଚାଇବାରୁ ବାତ୍ୟା ଆଶ୍ରୟସ୍ଥଳୀ ଖୋଜୁଛି ତ କିଏ ଉଚ୍ଚ ସ୍ଥାନକୁ ଚାଲିଯାଉଛି । ପୁଣି କିଏ ଷ୍ଟ୍ରେଚରରେ ଗର୍ଭବତୀ ଓ ବୃଦ୍ଧବୃଦ୍ଧାମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେଉଛି । ତେବେ ଏ କୌଣସି ସତ ଘଟଣା ନୁହେଁ ବରଂ ସମୁଦ୍ର ନିକଟବର୍ତ୍ତି ଅଞ୍ଚଳରେ ସୁନାମି ଦାଉରୁ ଲୋକଙ୍କୁ ରକ୍ଷା କରିବାକୁ ଚାଲିଛି ମକ୍ ଡ୍ରଲ୍ । ଭଦ୍ରକ ଜିଲ୍ଲା ବାସୁଦେବପୁରରେ ଲୋକଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ବେଳେ ଜୀବନ ବଞ୍ଚାଇବାକୁ OSDMA ତରଫରୁ ପ୍ରଶିକ୍ଷଣ ଦିଆଯାଇଛି ।

କେନ୍ଦ୍ରାପଡ଼ା ଜିଲ୍ଲା ପଟକୁରାରେ ମଧ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପ୍ରଶିକ୍ଷଣ ଦିଆଯାଇଛି । କୋରୁଆ ଅଗ୍ନିଶମ ବାହିନୀ ଆକସ୍ମିକ ବିପର୍ଯ୍ୟୟ ତଥା ଗ୍ୟାସ ସିଲିଣ୍ଡରରେ ନିଆଁଲାଗିବା, ଘରପୋଡ଼ି, ନଦୀରେ ବୁଡିଯିବା ଆଦି ବିପତ୍ତିରୁ ରକ୍ଷା ପାଇଁ ଲୋକଙ୍କୁ ସଚେତନ କରାଯାଇଛି । ଆଦର୍ଶ ବିଦ୍ୟାଳୟ କ୍ଲଷ୍ଟର ଗୁଡ଼ିକରେ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ପ୍ରଶିକ୍ଷଣ ଦିଆଯାଇଛି । ବିପର୍ଯ୍ୟୟ ସମୟରେ ଜିରୋ କାଜୁଆଲଟିକୁ ଦୃଷ୍ଟିରେ ରଖି ଏହି ମକ୍ ଡ୍ରିଲ୍ ହୋଇଛି ।

ଏଥିସହିତ ପଢ଼ନ୍ତୁ: ସମାଜସେବୀ ଅଭିମନ୍ୟୁ ଦାସଙ୍କୁ ଭିଭିଏସ୍ ଲକ୍ଷ୍ମଣଙ୍କ ପ୍ରଶଂସା: ହଜାର ହଜାର ଅସହାୟ କର୍କଟ ରୋଗୀଙ୍କୁ କରିଛନ୍ତି ସେବା

Leave a Reply