କଳଙ୍କ: ୧୩ ବର୍ଷର ଛାତ୍ରକୁ ଜବରଦସ୍ତି ବାହାହେଲେ ଶିକ୍ଷୟିତ୍ରୀ

ଜଳନ୍ଧର:   ଘଟଣା ଜଳନ୍ଧରର ବସ୍ତି ବାବା ଖେଳ ଅଞ୍ଚଳର । ବିବାହରେ ବିଳମ୍ବ ହେଉଥିବାରୁ ସ୍କୁଲ ଶିକ୍ଷୟତ୍ରୀ ୧୩ ବର୍ଷର ନିରୀହ ଛାତ୍ରକୁ ବିବାହ କରିଥିବା ବୟାନ ଦେଇଛନ୍ତି ସ୍ଥାନୀୟ ବାସିନ୍ଦା । କିନ୍ତୁ ଘଟଣା ପଛରେ ରହିଛି ଅନ୍ଧିବଶ୍ୱାସ । ନାବାଳକକୁ ବିବାହ କଲେ ମାଙ୍ଗଳିକ ଦୋଷ ଦୂର ହେବ ଭାବି ଏଭଳି ନିଷ୍ପତ୍ତି ନେଇଛନ୍ତି ଶିକ୍ଷୟତ୍ରୀ । ନାବାଳକ ଛାତ୍ରଙ୍କ ପରିବାର ପକ୍ଷରୁ ଏହାକୁ ନେଇ ଥାନାରେ ଅଭିଯୋଗ ହୋଇଛି ।

ଅଭିଯୋଗ ମୁତାବକ, ଛାତ୍ରଙ୍କ ପରିବାରର ଆର୍ଥିକ ସ୍ଥିତି ଖୁବ୍‌ଦୁର୍ବଳ ହୋଇଥିବାରୁ ଏହାର ଫାଇଦା ଉଠାଇଥିଲେ ଶିକ୍ଷୟତ୍ରୀ । ଯାହାକୁ ନଜରରେ ରଖି ଶିକ୍ଷୟତ୍ରୀ ଜଣକ ନାବାଳକ ଛାତ୍ରଙ୍କୁ ଟିଉସନ କରିବାର ଲୋଭ ଦେଖାଇ ଛଅ ଦିନ ପର୍ଯ୍ୟନ୍ତ ନିଜ ଘରେ ଅଟକାଇ ରଖି ଜୋର ଜବରଦସ୍ତ ବିବାହ କରିଥିଲେ । ସାଧାସିଧା ନୁହେଁ ବରଂ ରୀତିନୀତି ସହିତ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିବାହ ଶେଷ ହେବାପରେ ପଣ୍ଡିତଙ୍କ କହିବା ଅନୁସାରେ ଶିକ୍ଷୟତ୍ରୀ ଜଣକ ଚୁଡ଼ି ଭାଙ୍ଗି ବିଧବା ମଧ୍ୟ ହେଲେ । କେବଳ ସେତିକି ନୁହେଁ ଶୋକସଭା ମଧ୍ୟ ଆୟୋଜିତ ହୋଇଥିଲା । ଘଟଣା ଶୁଣିବା ପରେ ଆଶ୍ଚର୍ଯ୍ୟ ହେବା ସ୍ୱଭାବିକ କଥା । କିନ୍ତୁ ଏହା ସତ ।

ଅନ୍ଧିବିଶ୍ୱାସରେ ପଡ଼ି ଏଭଳି ଷଡ଼ଯନ୍ତ୍ର ରଚିବା ଏବଂ ତାକୁ ରୂପଦେବା ପରେ ଛାତ୍ରଙ୍କୁ ତାଙ୍କ ଘରକୁ ପଠାଇ ଦିଆଯାଇଛି । ନାବାଳକଙ୍କ ପରିବାରର ଅଭିଯୋଗ ପରେ ଶିକ୍ଷୟତ୍ରୀ ଏବଂ ପରାମର୍ଶ ଦେଇଥିବା ପଣ୍ଡିତ ଥାନାରେ ପହଞ୍ଚିଥିଲେ । ଉଭୟଙ୍କ ମଧ୍ୟରେ ଆପୋଷ ବୁଝାମଣା କରି ମାମଲାର ରଫାଦଫା ମଧ୍ୟ ହୋଇଗଲା । କିନ୍ତୁ ଘଟଣା ବରିଷ୍ଠ ପୋଲିସ୍‌ଅଧିକାରୀଙ୍କ ନିକଟରେ ପହଞ୍ଚିଲା । ପରେ ପରିବାରର ବିନା ଅନୁମତିରେ ନାବାଳକକୁ ଜୋର ଜବରଦସ୍ତ ଘରେ ଅଟକାଇ ରଖି ଏଭଳି ଷଡ଼ଯନ୍ତ୍ର ରଚିବା ଏକ ଅପରାଧ ଏବଂ ତା ଠାରୁ ସଙ୍ଗୀନ ଅପରାଧ ହେଉଛି ନାବାଳକକୁ ବିବାହ କରିବା ବୋଲି କହି ଘଟଣାର ତଦନ୍ତ କରିବା ନିର୍ଦ୍ଦେଶ ଦେଇଛନ୍ତି ଜଳନ୍ଧରର ବରିଷ୍ଠ ପୋଲିସ ଅଧିକାରୀ ।

Leave a Reply