ବିବାହ ବନ୍ଧନରେ ବାନ୍ଧି ହେବେ ମୌନୀ ରାୟ; ଜାନୁଆରୀରେ ସୁରଜଙ୍କ ସହ ପଡ଼ିବ ହାତଗଣ୍ଠି

ନୂଆଦିଲ୍ଲୀ: ଆରମ୍ଭ ହୋଇସାରିଛି ବିବାହ ଋତୁ । ବିବାହ ଋତୁ ଆରମ୍ଭରୁ କିଛି ବଲିଉଡ ଷ୍ଟାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେଥିମଧ୍ୟରେ ଅଛନ୍ତି ରାଜକୁମାର ରାଓ ଓ ପତ୍ରଲେଖା । ଏମାନଙ୍କ ବ୍ୟତୀତ ଅଙ୍କିତା ଲୋଖଣ୍ଡେ ଓ ଭିକ୍କୀ ଜୈନ, କାଟ୍ରିନା କୈଫ ଓ ଭିକ୍କି କୈଶଲ ମଧ୍ୟ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଏହି ସବୁ ମଧ୍ୟରେ ଏବେ ଆଉ ଜଣେ ବଲିଉଡ ଅଭିନେତ୍ରୀଙ୍କ ବିବାହ ତାରିଖକୁ ନେଇ ବେଶ୍ ଚର୍ଚ୍ଚା ହେଉଛି । ରିପୋର୍ଟ ଅନୁସାରେ ମୌନୀ ରାୟ ଖୁବ ଶୀଘ୍ର ନୂଆ ବିବାହ କରିବାକୁ ଯାଉଛନ୍ତି । ମୌନୀ ରାୟ ବହୁ ସମୟ ଧରି ସୁରଜ ନାମ୍ବିଆରଙ୍କ ସହ ସମ୍ପର୍କରେ ଅଛନ୍ତି । ଆଉ ଏବେ ଖବର ଆସୁଛି କି ମୌନୀ ସୁରଜଙ୍କ ସହ ଜୀବନର ନୂଆ ଏକ ଅଧ୍ୟ୍ୟାୟ ଆରମ୍ଭ କରିବାକୁ ଯାଉଛନ୍ତି ।

ସୂଚନା ଅନୁସାରେ ମୌନୀ ରାୟଙ୍କ ବିବାହ ଭାରତରେ ନୁହେଁ ବିଦେଶରେ ହେବ । ମୌନୀ ରାୟ ଓ ସୁରଜ ଡେଷ୍ଟିନେସନ ଓ୍ବେଡିଂ କରିବେ ବୋଲି ସୂଚନା ମିଳୁଛି । ସେମାନଙ୍କ ବାହାଘର ଦୁବାଇ କିମ୍ବା ଇଟାଲୀରେ ହୋଇପାରେ । ତେବେ ବିବାହ ପରେ ସେମାନେ ସେମାନଙ୍କ ହୋମ ଟାଉନ କୋଚବିହାର ରିସେପସନ ହେବ । ମୌନୀ ରାୟ ଓ ସୁରଜଙ୍କ ବାହାଘର ଜାନୁଆରୀ ୨୭ରେ ହେବ । ସୁରଜଙ୍କ ଜଣେ ବ୍ୟାଙ୍କର ଭାବରେ ଦୁବାଇରେ ରୁହନ୍ତି । ତେବେ ବିବାହ ନେଇ ଏପର୍ଯ୍ୟନ୍ତ ମୌନୀ ରାୟ ଓ ସୁରଜ କେହି ବି ଏପର୍ଯ୍ୟନ୍ତ କିଛି କହିନାହାନ୍ତି ।

ମୌନୀଙ୍କ ବିବାହ ଚଳିତ ବର୍ଷ ମାର୍ଚ୍ଚ ମାସରେ ସ୍ଥିର ହୋଇଥିଲା । ମନ୍ଦିରା ବେଦୀଙ୍କ ଘରେ ମୌନୀ ରାୟଙ୍କ ବିବାହ ଆଲୋଚନା ହୋଇଥିଲା । କାହିଁକି ନା ମୌନୀ ରାୟ ଓ ମନ୍ଦିରା ବେଦୀ ଦୁହେଁ ଭଲ ସାଙ୍ଗ । ଉଭୟଙ୍କ ପରିବାର ମଧ୍ୟ ବିବାହକୁ ନେଇ ଆଲୋଚନା ପାଇଁ ମନ୍ଦିରା ବେଦୀଙ୍କ ଘରକୁ ଆସିଥିଲେ ।

Leave a Reply