spot_img

Latest Posts

ଟିଭି ଡିବେଟରୁ ବାହାରିବନି ସମାଧାନ, ସରକାରଙ୍କୁ ହିଁ ଉପାୟ ବାହାର କରିବାକୁ ପଡିବ: CJI

ନୂଆଦିଲ୍ଲୀ: ଦିଲ୍ଲୀ ଏବଂ ଏନସିଆରରେ ବାୟୁ ପ୍ରଦୂଷଣର ସ୍ଥିତିକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ସମୟରେ କୋର୍ଟର କାର୍ଯ୍ୟ ପ୍ରକ୍ରିୟାକୁ ନେଇ ଟିଭିରେ ଯେଭଳି ପ୍ରଦର୍ଶିତ କରାଯାଉଛି, ତାକୁ ନେଇ ସୁପ୍ରିମକୋର୍ଟ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଥିସହିତ କୋର୍ଟ କହିଛନ୍ତି ଯେ ଟିଭି ବିତର୍କ ଦ୍ୱାରା ଅଧିକା ପ୍ରଦୂଷଣ ବ୍ୟାପୁଛି । ଟିଭି ଚ୍ୟାନେଲଗୁଡ଼ିକ ସୀମା ଟପୁଛନ୍ତି । ଏଠି କିଛି କୁହାଯାଉଛି ଆଉ ତାକୁ ସେମାନେ ବନେଇ ଚୁନେଇ ଅଲଗା ଅର୍ଥ ବାହାର କରୁଛନ୍ତି । ଏଥିରୁ ଜଣାପଡୁଛି ସେମାନେ ଆଦୗେ ଘଟଣା ବୁଝନ୍ତି ନାହିଁ କେବଳ ନିଜର ଏଜେଣ୍ଡା ବୃଦ୍ଧି କରିବାକୁ ଚେଷ୍ଟା କରୁଛନ୍ତି।

ଟେଲିଭିଜନରେ ବେଶୀ ବିତର୍କ ହିଁ ଅଧିକ ପ୍ରଦୂଷଣ ସୃଷ୍ଟି କରୁଛି । ପ୍ରତ୍ୟେକ ପକ୍ଷ ନିଜ ନିଜ ଯୁକ୍ତିରେ ଅଟଳ ରହୁଛନ୍ତି । କିନ୍ତୁ ପ୍ରଦୂଷଣ ପ୍ରତି ବିଶେଷ ଧ୍ୟାନ ହେଉନାହାନ୍ତି ବୋଲି ପ୍ରଧାନ ବିଚାରପତି କହିଛନ୍ତି । ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କ ଓକିଲ ଅଭିଷେକ ମନୁ ସିଂଘବିଙ୍କୁ କହିଛନ୍ତି ଯେ, ଆପଣ ଯଦି ଏଭଳି କଥା କହିବେ ତାହେଲେ ମୂଳ ସମସ୍ୟା କେବେ ସମାଧାନ ହେବନାହିଁ । ଆମେ କୃଷକଙ୍କୁ ଦଣ୍ଡିତ କରିବାକୁ ଚାହୁଁନାହୁଁ ।

ସୁପ୍ରିମକୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଦୂଷଣର ଅନେକ କାରଣ ଅଛି, କିନ୍ତୁ ଟିଭିରେ ଚାଲିଥିବା ବିତର୍କ ସବୁଠୁ ଅଧିକ ପ୍ରଦୂଷଣ ସୃଷ୍ଟି କରୁଛି | ଏହାକୁ ନେଇ ତୁଷାର ମେହେଟ୍ଟା କହିଛନ୍ତି ଯେ ମୁଁ ନଡା ଜଳାଇବା ନେଇ ଭୁଲ୍ ସୂଚନା ଦେଇଛି ବୋଲି ଗଣମାଧ୍ୟମରେ କୁହାଯାଇଛି। ଏହା ଉପରେ ପ୍ରଧାନ ବିଚାରପତି କହିଛନ୍ତି ଯେ ଏଭଳି ସମାଲୋଚନା ସରକାରୀ କାର୍ଯ୍ୟାଳୟରେ ଘଟିଥାଏ, ଏହାକୁ ଭୁଲିଯିବା ଦରକାର।

ତେବେ ଏହି ମାମଲାର ଆଗାମୀ ଶୁଣାଣି ନଭେମ୍ବର ୨୩ ତାରିଖରେ ହେବ । ଏଥିସହିତ ଯାନବାହନରୁ ହେଉଥିବା ପ୍ରଦୂଷଣକୁ ନେଇ ଆୟୋଗ ପକ୍ଷରୁ ରାଜ୍ୟ ସରକାରଙ୍କୁ କୁହାଯାଇଛି ଯେ ୧୦ ବର୍ଷରୁ ଅଧିକ ପୁରୁଣା ଡିଜେଲ ଗାଡି ଓ ୧୫ ବର୍ଷରୁ ଅଧିକ ପୁରୁଣା ପେଟ୍ରୋଲ ଗାଡିର ଚଳାଚଳକୁ ଅନୁମତି ନଦିଆଯିବା ଉଚିତ୍।

Latest Posts

Don't Miss