୫ବର୍ଷ ଆଗରୁ ଲେଖିଥିଲେ କରୋନା ବ୍ୟାପିବା କାହାଣୀ ! ଦାବି କଲେ ଅଭିନେତ୍ରୀ ଟ୍ୱିଙ୍କଲ ଖାନ୍ନା

1 min read

ମୁମ୍ବାଇ: କରୋନା ଭାଇରସ୍ ସାରା ବିଶ୍ୱରେ ହୁ ହୁ ହୋଇ ମାତୁଛି । ଏପର୍ଯ୍ୟନ୍ତ ହଜାର ହଜାର ଲୋକ ପ୍ରାଣ ହରାଇସାରିଛନ୍ତି । ସାରା ଦେଶରେ ଏବେ ଲକ୍ ଡାଉନ୍ ପାଳନ କରୁଛି । କରୋନା ଭାଇରସ୍ ଯୋଗୁଁ ଲୋକେ ଆତଙ୍କିତ ହେଉଛନ୍ତି । ଏଥିପାଇଁ ଏହି ଭାଇରସ୍ ସହ ଜଡିତ ଛୋଟ ଛୋଟ ଜିନିଷ ମଧ୍ୟ ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆରେ କରୋନା ନେଇ ଅନେକ ବାର୍ତ୍ତା ସାମ୍ନାକୁ ଆସୁଛି ।

ଏବେ ଷ୍ଟିଭେନ୍ ସୋଡରବର୍ଗଙ୍କ ଫିଲ୍ମ Contagion ହଠାତ୍ ଟ୍ରେଣ୍ଡ୍ କରିବା ଆରମ୍ଭ ହୋଇଛି । ୨୦୧୧ ମସିହାରେ ମୁକ୍ତିଲାଭ ହୋଇଥିବା ଏହି ଚଳଚ୍ଚିତ୍ରରେ ସମାନ ପରିସ୍ଥିତି ରହିଥିଲା ଯେଉଁଭଳି ବିଶ୍ୱରେ ଆଜି କରୋନା ସ୍ଥିତି ରହିଛି । ଅପରପକ୍ଷରେ ବର୍ତ୍ତମାନ ଅଭିନେତ୍ରୀ ତଥା ଲେଖିକା ଟ୍ୱିଙ୍କଲ ଖାନ୍ନା ମଧ୍ୟ ଏକ ଦାବି କରିଛନ୍ତି।  ନିକଟରେ ଟ୍ୱିଙ୍କଲ ଟ୍ୱିଟରରେ ଦୁଇଟି ଫଟୋ ପୋଷ୍ଟ କରିଛନ୍ତି ।  ଏହି ଫଟୋଗୁଡିକରେ ଟ୍ୱିଙ୍କଲଙ୍କ ନୋଟ୍ ଦେଖିବାକୁ ମିଳିଛି । ଏହି ନୋଟରେ ଏକ କାହାଣୀ ଲେଖାଯାଇଛି । ଏନେଇ ସେ କହିଛନ୍ତି ଯେ, ୫ ବର୍ଷ ତଳେ କରୋନା ପରି ଏକ କାହାଣୀ ସେ ଲେଖିଥିଲେ ।

ଏହି କାହାଣୀରେ ଏକ ପରିବାର ବିଷୟରେ ଲେଖା ଯାଇଛି । କାହାଣୀ ଅନୁଯାୟୀ, ଦେଶ ଏକ ଭାଇରସ୍ କାରଣରୁ କ୍ୱାରେଣ୍ଟାଇନରେ ରହିଛି । ବିମାନ ବନ୍ଦର ବନ୍ଦ କରାଯାଇଛି । ସେନା ଘରେ ଘରେ ଯାଞ୍ଚ କରୁଛନ୍ତି । ଲୋକମାନେ ସେମାନଙ୍କର ସଂକ୍ରମିତ ପଡୋଶୀଙ୍କ ସଂପର୍କରେ ରିପୋର୍ଟ କରୁଛନ୍ତି ।

ଏହି ଲୋକଙ୍କୁ କ୍ୟାମ୍ପକୁ ନିଆଯାଉଛି ଏବଂ ସେମାନଙ୍କୁ ମରିବାକୁ ଛାଡି ଦିଆଯାଇଛି । ବୈଜ୍ଞାନିକମାନେ ଏହି ଭାଇରସ୍ ମୁକାବିଲା ପାଇଁ ସବୁପ୍ରକାରର ଚେଷ୍ଟା କରୁଛନ୍ତି, କିନ୍ତୁ ଏହି ଭାଇରସ୍ ବ୍ୟାପିବାରେ ଲାଗିଛି । ଏହି ଭାଇରସ୍ ବାୟୁରେ ମଧ୍ୟ ବ୍ୟାପିଥାଏ । ଏହି ଭାଇରସ୍ ରେ ସଂକ୍ରମିତ ଲୋକମାନେ ବାନ୍ତି କରନ୍ତି, ଥଣ୍ଡା ଅନୁଭବ କରନ୍ତି, ତାପରେ ଧୀରେ ଧୀରେ ବ୍ୟକ୍ତି ସ୍ୱାଦ କ୍ଷମତା ହରାନ୍ତି ଏବଂ ତିନି ଦିନ ମଧ୍ୟରେ ମଣିଷର ମୃତ୍ୟୁ ହୋଇଯାଇଥାଏ ।

ଟ୍ୱିଙ୍କଲ ଏହି ଟ୍ୱିଟର କ୍ୟାପସନରେ ଲେଖିଛନ୍ତି, ‘ଏହା ଏକ କାହାଣୀ ଚିନ୍ତାଧାରା ଯାହା ସେ ତାଙ୍କ ସମ୍ପାଦକଙ୍କୁ କହିଥିଲେ । ପୋଷ୍ଟ କରାଯାଇଥିବା ଏହି ଫଟୋରେ ତାରିଖ ମଧ୍ୟ ଲେଖାଯାଇଛି । ଏହା ଅକ୍ଟୋବର ୨୦୧୫ ମସିହାର କଥା । ବର୍ତ୍ତମାନ ସେ ୫ ବର୍ଷ ତଳର କଥା ଅନୁଭବ କରୁଛନ୍ତି ଯେ ତାଙ୍କ କାହାଣୀ ସତ୍ୟତାରେ ପରିବର୍ତ୍ତନ ହୋଇଛି ।

Leave a Reply