ହ୍ୟାକର୍ସଙ୍କ ଟାର୍ଗେଟରେ ଯୋଗୀ ସରକାର

ଲକ୍ଷ୍ନୌ: ଇଣ୍ଟରନେଟ୍‌ ମାଧ୍ୟମରେ କାମ ଯେତିକି ସହଜ ହେଉଛି ସେତିକି ଜଟିଳ ମଧ୍ୟ । ହ୍ୟାକର୍ସଙ୍କ ଟାର୍ଗେଟକୁ ଆସିଯାଉଛନ୍ତି ବଡ଼ ବଡ଼ ରାଜନେତା, ଫିଲ୍ମ ତାରକା ଏବଂ ବ୍ୟବସାୟୀ । ଦିନକୁ ଦିନ ହ୍ୟାକ୍‌ ମାମଲା ମଧ୍ୟ ବଢ଼ୁଛି । ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ଅଫିସ୍‌ ଟ୍ୱିଟର ହ୍ୟାଣ୍ଡେଲ ହ୍ୟାକ୍‌ କରିବାର ୪୮ ଘଣ୍ଟା ପରେ ହ୍ୟାକର୍ସ ଉତ୍ତରପ୍ରଦେଶ ସରକାରଙ୍କ ଟ୍ୱିଟର ହ୍ୟାଣ୍ଡେଲକୁ ହ୍ୟାକ୍‌ କରି ଦେଇଛନ୍ତି । ଯାହାକୁ ନେଇ ହଇଚଇ ସୃଷ୍ଟି ହୋଇଛି ।

ସୂଚନାଯୋଗ୍ୟ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଅଫିସ ଟ୍ୱିଟର ହ୍ୟାଣ୍ଡେଲ ହ୍ୟାକ୍‌ କରିବାର ୪୮ ଘଣ୍ଟା ପରେ  ୟୁପି ସରକାରଙ୍କ ଟ୍ୱିଟର ହ୍ୟାଣ୍ଡେଲ ହ୍ୟାକ୍‌ ହୋଇଛି । ତେବେ ଦିନ ଦିନ ପ୍ରାୟ ୧୧ଟାରେ ଏଭଳି ପରିସ୍ଥିତିର ସାମ୍ନା କରିଛନ୍ତି ୟୁପି ସରକାର ।

ସାଇବର ବିଶେଷଜ୍ଞ ହ୍ୟାକର୍ସଙ୍କ ପକ୍ଷରୁ ହୋଇଥିବା ସମସ୍ତ ମେସେଜକୁ ଡିଲିଟ କରୁଛନ୍ତି । କୁହାଯାଉଛିଯେ, ଉକ୍ତ ମାମଲାରେ ପୋଲିସ୍‌ ମାମଲା ରୁଜୁ କରିବ । ଏପର୍ଯ୍ୟନ୍ତ ହ୍ୟାକର୍ସଙ୍କ ବାବଦରେ କୌଣସି ସୂଚନା ମିଳିନାହିଁ ।

କେବଳ ସେତିକି ନୁହେଁ ବରଂ ୟୁପି ସରକାରଙ୍କ ସମେତ ଉତ୍ତରପ୍ରଦେଶ ସରକାରଙ୍କ ସୂଚନା ବିଭାଗର ଫ୍ୟାକ୍ଟ ଚେକ୍‌ ଏବଂ କଂଗ୍ରେସର ମଧ୍ୟୟ ଟ୍ୱିଟର ହ୍ୟାଣ୍ଡେଲକୁ ହ୍ୟାକ୍‌ କରାଯାଇଛି ।

ପ୍ରଥମେ ହ୍ୟାକର୍ସ ଯୋଗୀ ସରକାରଙ୍କ ଡିପି ବଦଳାଇ ଆନିମେଟେଡ୍‌ ଫଟୋ ଲଗାଇଦେଲେ  ଏବଂ ବାୟୋ ମଧ୍ୟ ବଦଳାଇଦେଲେ । ତେବେ ଘଟଣାର ତୁରନ୍ତ ବାଦ୍‌ ସାଇବର ବିଶେଷଜ୍ଞଙ୍କ ସହାୟତା ନିଆଗଲା ।