ମିଳିଲା ଅଢ଼େଇ ଟନ୍ ବିସ୍ଫୋରକ, ମାଟି ତଳେ ଲୁଚାଇ ରଖିଥିଲେ ମାଓବାଦୀ
1 min read
ରାଉରକେଲା: ୫ ଟନ ବିସ୍ଫୋରକ ମାଓବାଦୀ ଲୁଟି ନେବା ମାମଲାରେ ଆଜି ମିଳିଲା ଅଢ଼େଇ ଟନ୍ ବିସ୍ଫୋରକ । ସରଣ୍ଡା ଜଙ୍ଗଲରୁ ଅଢେଇ ଟନ ବିସ୍ଫୋରକ ଜବତ ହୋଇଛି । ସୁରକ୍ଷା ବାହିନୀ ଏହି ବିସ୍ଫୋରକ ଜବତ କରିଛି । ଓଡ଼ିଶା–ଝାଡଖଣ୍ଡ ପୋଲିସର ସର୍ଚ୍ଚ ଅପରେସନ ବେଳେ ମିଳିଲା ବିସ୍ଫୋରକ ।
ଗତ ମଙ୍ଗଳବାର ରାତିରେ ଲୁଟ ହୋଇଥିଲା ବିସ୍ଫୋରକ । ବାଙ୍କୋ ଅଂଚଳରୁ ଲୁଟ୍ ହୋଇଥିଲା ଏହି ବିସ୍ଫୋରକ । ୪୦ରୁ ଅଧିକ ମାଓବାଦୀ ବିସ୍ଫୋରକ ଲୁଟି ନେଇଥିଲେ । ସୁନ୍ଦରଗଡ଼ କେ-ବଲାଙ୍ଗ ବାଙ୍କୋ ପଥର ଖଣି ନିକଟରୁ ୫ ହଜାର କେଜି ଓଜନର ବିସ୍ଫୋରକ ସାମଗ୍ରୀ ମାଓବାଦୀ ଲୁଟି ନେଇଥିଲେ । ଲୁଟ ବିସ୍ଫୋରକ ଜବତ ପାଇଁ କମ୍ବିଂ ଓ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଥିଲା ।
ସରଣ୍ଡା ଜଙ୍ଗଲରେ ମାଓବାଦୀଙ୍କ କ୍ୟାମ୍ପ ଚାଲିଥିବା ସୂଚନା ପାଇ ଓଡିଶା-ଝାଡଖଣ୍ଡ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଚଢ଼ାଉ ସମୟରେ ପୋଲିସ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏହି ସମୟରେ ମାଓବାଦୀଙ୍କ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ କରାଯିବା ସହ ଏକ କ୍ଵିଣ୍ଟାଲରୁ ଅଧିକ ଜିଲୋଟିନ ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିଲା । ଏହାସହ ଲୁଟ ହୋଇଥିବା ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ମଧ୍ୟ ଜଵତ କରାଯାଇଥିଲା ।