ବାଇକ- ସ୍କୁଟି ମୁହାଁମୁହିଁ ଧକ୍କା; ୫ ମୃତ, ଜଣେ ଗୁରୁତର

1 min read

ନନ୍ଦିଘୋଷ ବ୍ୟୁରୋ : ଭଞ୍ଜନଗର- ସୋରଡ଼ା ଥାନା ବରାଡ଼ି ନିକଟରେ ବାଇକ- ସ୍କୁଟି ମୁହାଁମୁହିଁ ଧକ୍କା  । ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ସୋରଡ଼ା ପୋଲିସ ତଦନ୍ତ ଜାରି ରଖିଛି । ମୃତକମାନେ ହେଲେ ସୋରଡା ବିଦ୍ୟୁତ ବିଭାଗ କର୍ମଚାରୀ ରଜନୀ ଗୌଡ଼, ମହେନ୍ଦ୍ର ନାୟକ ଓ ଜୟନ୍ତ ବାଡତ୍ୟା । ଅନ୍ୟ ଦୁଇ ମୃତକ ହେଲେ ଦୁଲାଡର ଶ୍ରୀକାନ୍ତ ଗୌଡ଼ ଓ ମନୁ ଡାକୁଆ । ଦୁଲାଡର ପୂର୍ଣ୍ଣ ଗୌଡ ଆହତ ହୋଇଛନ୍ତି ।

ସୂଚନା ମୁତାବକ ଏକ ବାଇକରେ ୩ ଜଣ ବସି ଅସୁରବନ୍ଧ ଠାରୁ ସୋରଡା ଅଭିମୁଖେ ଆସୁଥିବା ବେଳେ ବିପରୀତ ଦିଗରୁ ବିଦ୍ୟୁତ୍ ବିଭାଗର ୩ ଜଣ କର୍ମଚାରୀ ଗୋଟିଏ ସ୍କୁଟିରେ ଆସୁଥିଲେ । ଦୁଇଗାଡ଼ି ମଧ୍ୟରେ ବରାଡି ନିକଟ ରେ ଠାରେ ମୁହାମୁହିଁ ଧକ୍କା ହୋଇଥିଲା । ଖବର ପାଇ ସୋରଡା ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ସୋରଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ସେଠାରେ ୪ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଦୁଇ ଜଣ ଗୁରୁତରଙ୍କୁ ବ୍ରହ୍ମପୁର ବଡମେଡିକାଲକୁ ସ୍ଥାନାନ୍ତର ହୋଇଥିଲେ  । ତେବେ ଅଧିକ ଗୁରୁତର ଥିବା ଜୟନ୍ତ ବାଡ଼ତ୍ୟାଙ୍କୁ ଭୁବନେଶ୍ୱର ନିଆଯିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା ।