ସୁନ୍ଦରଗଡ଼ ବିଶ୍ରାର ୨ କରୋନା ସଂକ୍ରମିତଙ୍କ ଜମାତ୍ ଲିଙ୍କ୍

ଭୁବନେଶ୍ୱର: ସୁନ୍ଦରଗଡ଼ ଜିଲ୍ଲା ବିଶ୍ରାରୁ ଚିହ୍ନଟ ହୋଇଥିବା ୨ କରୋନା ଆକ୍ରାନ୍ତଙ୍କ ଯାତ୍ରା ବିବରଣୀ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଜାରି କରିଛି । ୫୧ ନମ୍ବର ସଂକ୍ରମିତ ଜଣଙ୍କ ବୟସ ୬୭ ବର୍ଷ । ସେ ମାର୍ଚ୍ଚ ୫ରେ ଉତ୍କଳ ଏକ୍ସପ୍ରେସ୍ (୧୮୪୭୭)ରେ ରାଉରକେଲାରୁ ଦିଲ୍ଲୀ ଯାଇଥିଲେ । ୬ରୁ ୧୦ ତାରିଖ ଯାଏଁ ଦିଲ୍ଲୀ ଓ ନିଜାମୁଦ୍ଦିନରେ ରହିଥିଲେ । ମାର୍ଚ୍ଚ ୧୦ରେ ନିଜାମୁଦ୍ଦିନରୁ ବିଳାସପୁର ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ୍ (୧୨୮୨୪, ଏସ୍ ୪, ୪୯)ରେ ଆସିଥିଲେ । ସେଠାରୁ ଟ୍ରେନ୍ ନମ୍ବର ୧୭୦୦୭ (ଏସ୍ ୫, ୨୫)ରେ ଆସି ୧୧ ତାରିଖରେ ରାଉରକେଲା ପହଞ୍ଚିଥିଲେ ।

ରାଉରକେଲା ଷ୍ଟେସନରୁ ଲାଇନ୍ ଅଟୋରେ ବିଶ୍ରା ଯାଇଥିଲେ । ୧୨ ତାରିଖରୁ ଏପ୍ରିଲ୍ ୨ ଯାଏଁ ହୋମ୍ କ୍ୱାରେଣ୍ଟାଇନରେ ଥିଲେ । ପରେ ତାଙ୍କୁ ସରକାରୀ କ୍ୱାରେଣ୍ଟାଇନକୁ ନିଯାଇଥିଲା । ୧୧ ତାରିଖରେ ନମୁନା ପଜିଟିଭ୍ ଆସିଥିଲା । ତାଙ୍କୁ ରାଉରକେଲା ହାଇଟେକ୍ କୋଭିଡ ହସ୍ପିଟାଲରେ ରଖାଯାଇଛି । ତେବେ, ତାଙ୍କ ଠାରେ କରୋନାର କୌଣସି ଲକ୍ଷଣ ନଥିବା ଜଣାପଡ଼ିଛି ।

୫୨ ନମ୍ବର ସଂକ୍ରମିତ ଜଣଙ୍କ ଜମାତରୁ ଫେରିଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ମାର୍ଚ୍ଚ ୧୦ ତାରିଖରେ ଆସିଥିଲେ । ସେହିଦିନ ସେ ଯାଜପୁର ଚାରିନଙ୍ଗଳରୁ ବସ୍ ଯୋଗେ ରାଉରକେଲା ଯାଇଥିଲେ । ୧୧ ତାରିଖରେ ରାଉରକେଲାରେ ପହଞ୍ଚି ଅଟୋରେ ବିଶ୍ରା ଯାଇଥିଲେ । ୧୧ରୁ ୨୦ ମାର୍ଚ୍ଚ ତାରିଖ ଯାଏଁ ଅସିୟାନ୍ ମସଜିଦରେ ରହିଥିଲେ । ସୁନ୍ଦରଗାଓଁ ମସଜିଦ୍ ବନର ନିକଟରେ ୧୪ ମାର୍ଚ୍ଚରୁ ଏପ୍ରିଲ୍ ୫ ଯାଏଁ ଥିଲେ । ପରେ ତାଙ୍କୁ ସରକାରୀ କ୍ୱାରେଣ୍ଟାଇନକୁ ନିଆଯାଇଥିଲା ।

ରାଜ୍ୟର ୮୦ ପ୍ରତିଶତ ସଂକ୍ରମିତଙ୍କ ପାଖରେ ନାହିଁ କରୋନା ଲକ୍ଷଣ

ଗତକାଲି ତାଙ୍କଠାରେ କରୋନା ପଜିଟିଭ୍ ମିଳିଥିଲା । ତେବେ, ତାଙ୍କଠି କରୋନାର କୌଣସି ଲକ୍ଷଣ ନାହିଁ । ରାଉରକେଲା ସ୍ଥିତ ହାଇଟେକ୍ କୋଭିଡ୍ ହସ୍ପିଟାଲରେ ଚିକିତ୍ସା ଜାରି ରହିଛି । ବିଶ୍ରାରେ ୨ଜଣ କରୋନା ସଂକ୍ରମିତ ଚିହ୍ନଟ ପରେ ପ୍ରଶାସନ ସମ୍ପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି । ଆଗାମୀ ୪୮ ଘଣ୍ଟା ଯାଏଁ ଉକ୍ତ ଅଞ୍ଚଳକୁ କେହି ଯାଇପାରିବେ ନାହିଁ କି ବାହାରକୁ ଆସିପାରିବେ ନାହିଁ । ପ୍ରଶାସନ ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ଘର ଘର ବୁଲି ସର୍ଭେ କରିବ । ଉକ୍ତ ଅଞ୍ଚଳକୁ ସାନିଟାଇଜ୍ କରାଯିବ ।

ରାଜ୍ୟକୁ ଫେରିଛନ୍ତି ୭୦ ଜଣ ତବଲିଗି, ସରକାରଙ୍କ ଠାରୁ ନେଉଛନ୍ତି ସ୍ୱାସ୍ଥ୍ୟ ପରାମର୍ଶ

Leave a Reply