ମୋ କଲେଜ ଅଭିଯାନରେ ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ୧୭ ଲକ୍ଷ ଦାନ

ଭୁବନେଶ୍ୱର: ରେଭେନ୍ସା ବିଶ୍ବବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ ୧୭ ଲକ୍ଷ ଟଙ୍କା ପ୍ରଦାନ କଲା ମୋ କଲେଜ ଅଭିଯାନ । ରାଜ୍ୟର ଦୁଇ ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ସ୍ମୃତିରେ ତାଙ୍କ ପରିବାର ଲୋକେ ଏହି ଅର୍ଥରାଶି ପ୍ରଦାନ କରିଛନ୍ତି । ସ୍ବର୍ଗତ ବିଶିଷ୍ଟ ସାହିତ୍ୟିକା ମନୋରମା ମହାପାତ୍ରଙ୍କ ଝିଅ ଶ୍ୱେତପଦ୍ମା ଦାଶ ମୋ’କଲେଜ ଅଭିଯାନ ଅଧୀନରେ ରେଭେନ୍ସାକୁ ୧୦ ଲକ୍ଷ ଟଙ୍କା ଦାନ କରିଛନ୍ତି ।

ସେହିପରି ଦିବଙ୍ଗତ ପ୍ରଫେସର ପତିତପାବନ ମିଶ୍ରଙ୍କ ସ୍ମୃତିରେ ତାଙ୍କ ପରିବାର ଏହି ବିଶ୍ବ ବିଦ୍ୟାଳୟକୁ ୭ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଏହି ଟଙ୍କାରେ ବିଶ୍ୱବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗରେ ସ୍ମାର୍ଟ କ୍ଲାସ୍‌ରୁମ୍ ନିର୍ମାଣ କରାଯିବ । ମୋ’କଲେଜ ଅଭିଯାନ ଅଧୀନରେ ବହୁ ପ୍ରତିଷ୍ଠିତ ବ୍ୟକ୍ତି ନିଜେ ପାଠ ପଢ଼ିଥିବା କଲେଜ ଏବଂ ବିଶ୍ୱବିଦ୍ୟାଳୟ ସହ ଯୋଡ଼ିହୋଇ ନିଜର ଅବଦାନ ରଖୁଛନ୍ତି ବୋଲି କହିଛନ୍ତି ମୋ’ କଲେଜ ଅଭିଯାନ ପରିଚାଳନା ଅଧ୍ୟକ୍ଷ ଆକାଶ ଦାସନାୟକ।

Leave a Reply