ଡମ୍ପର ଧକ୍କାରେ ୨ ବନ୍ଧୁଙ୍କ ମୃତ୍ୟୁ

1 min read

ମୟୂରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା ଝାରପୋଖରୀଆ ଥାନା ଅନ୍ତର୍ଗତ ସାନଚାଟରା ଗ୍ରାମର ଦୁଇ ଯୁବକ ଘରକୁ ଫେରୁଥିବା ବାଟରେ ଦୁର୍ଘଟଣାର ଶିକାର ହୋଇ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ନେଇ ଝାରପୋଖରୀଆ ଥାନାରେ ରିପୋର୍ଟ ହୋଇଛି । ମିଳିଥିବା ସୂଚନା ମୁତାବକ ଆଜି ବାହରାଗୋଡା ପଟୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ବେଳେ ଏକ ଡମ୍ପର ସମ୍ନାରୁ ଆସୁଥିବା ବାଇକକୁ ଧକ୍କା ଦେଇଥିଲା ।

ଫଳରେ ମଟର ସାଇକେଲ ଯୋଗେ ଘରକୁ ଫେରୁଥିବା ଝାରପୋଖରୀଆ ଥାନା ଅନ୍ତର୍ଗତ ସାନଚାଟରା ଗ୍ରାମର ସତ୍ୟନାରାୟଣ ରଣା ଏବଂ ତାପସ କୁମାର ମହାପାତ୍ର ଦୁର୍ଘଟଣାର ଶିକାର ହୋଇଥିଲେ । ସ୍ଥାନୀୟ ଲୋକ ତୁରନ୍ତ ଉଭୟଙ୍କୁ ବାହରାଗୋଡା ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଇଥିଲେ ହେଲେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଦୁର୍ଘଟଣା ଖବର ପାଇ ବଡଶୋଳ ପୋଲିସ ଟିମ ସହିତ ଘଟଣାସ୍ଥଳରେ ପହଞ୍ଚି ବାଇକ ଓ ଦୁର୍ଘଟଣା ଘଟାଇଥିବା ଡ୍ରାମ୍ଫରକୁ ଜବତ କରି ପୋଲିସ ଷ୍ଟେସନକୁ ଆଣିଥିଲେ। । ମୃତକଙ୍କ ଶବବ୍ୟବଚ୍ଛେଦ ପାଇଁ ଘାଟସିଲା ସବ-ଡିଭିଜନ ଡାକ୍ତରଖାନାକୁ ପଠାଇଥିବାର ଜଣାପଡିଛି ।