କେବେ ପଡ଼ୁଛି ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ?

1 min read
Two Lunar Eclipse In 2022 Know Timings

ଭୁବନେଶ୍ୱର: ଚଳିତବର୍ଷ ୨ଟି ଚନ୍ଦ୍ର ଗ୍ରହଣ ହେବ । ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ମେ ୧୬ରେ ଲାଗିବ । ୨୦୨୨ରେ ଲାଗିବାକୁ ଥିବା ୨ଟି ଯାକ ଚନ୍ଦ୍ର ଗ୍ରହଣ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ହେବ । ପ୍ରଥମ ଚନ୍ଦ୍ର ଗ୍ରହଣ ମେ ୧୬ରେ, ଦ୍ୱିତୀୟ ଚନ୍ଦ୍ର ଗ୍ରହଣ ନଭେମ୍ବର ୮ରେ ଲାଗିବ । ଭାରତରେ ଧାର୍ମିକ ମାନ୍ୟତା ଅନୁସାରେ, ଗ୍ରହଣକୁ ଅଶୁଭ କୁହାଯାଏ । ଏହି ସମୟରେ କେତେକ କାର୍ଯ୍ୟ ବାରଣ କରା ଯାଇଥାଏ । ଆଉ ଚନ୍ଦ୍ର ଗ୍ରହଣ ପୂର୍ଣ୍ଣମୀ ତିଥିରେ ହିଁ ହୋଇଥାଏ । କିନ୍ତୁ ସବୁ ପୂର୍ଣ୍ଣମୀରେ ଚନ୍ଦ୍ର ଗ୍ରହଣ ହୋଇ ନଥାଏ । ପୃଥିବୀର ଛାଇ ଚନ୍ଦ୍ର ଉପରେ ପଡ଼ିଲେ ଏହାକୁ ଚନ୍ଦ୍ର ଗ୍ରହଣ କହିଥାନ୍ତି ।

ଭାରତୀୟ ସମୟ ଅନୁସାରେ, ଚନ୍ଦ୍ର ଗ୍ରହଣ ମେ ୧୬ ତାରିଖ ସୋମବାର ସକାଳ ୮ଟା ୫୯ରୁ ନେଇ ୧୦ଟା ୨୩ ପର୍ଯ୍ୟନ୍ତ ଲାଗିବ । ଏହା ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ହେବ । ତେବେ ଭାରତରେ ଚନ୍ଦ୍ର ଗ୍ରହଣ ଦେଖାଯିବ ନାହିଁ । ଫଳରେ ଭାରତରେ କୌଣସି ପ୍ରଭାବ ରହିବ ନାହିଁ ।

Two Lunar Eclipse In 2022 Know Timings

ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଦକ୍ଷିଣ-ପଶ୍ଚିମ ୟୁରୋପ, ଦକ୍ଷିଣ-ପଶ୍ଚିମ ଏସିଆ, ଆଫ୍ରିକା, ଉତ୍ତର ଆମେରିକାର ଅଧିକାଂଶ ଅଞ୍ଚଳରେ ଦୃଶ୍ୟମାନ ହେବ । ଦକ୍ଷିଣ ଆମେରିକା, ପ୍ରଶାନ୍ତ ମହାସାଗର, ହିନ୍ଦ ମହାସାଗର, ଆଟଲାଣ୍ଟିକ ଓ ଆଣ୍ଟକର୍ଟିକାରେ ମଧ୍ୟ ଦେଖାଯିବ ।

ସେହିଭଳି ବର୍ଷର ଦ୍ୱିତୀୟ ଚନ୍ଦ୍ର ଗ୍ରହଣ ନଭେମ୍ବର ୮ରେ ଲାଗିବ । ମଙ୍ଗଳବାର ସନ୍ଧ୍ୟା ୫ଟା ୨୮ରୁ ରାତି ୭ଟା ୨୬ ଯାଏ ଲାଗିବ ଚନ୍ଦ୍ର ଗ୍ରହଣ । ଏହି ଚନ୍ଦ୍ର ଗ୍ରହଣ ଭାରତର କିଛି ସ୍ଥାନରେ ଦେଖାଯିବ । ଭାରତ ଛଡ଼ା ଉତ୍ତର-ପୂର୍ବ ୟୁରୋପ, ଏସିଆ, ଅଷ୍ଟ୍ରେଲିଆ, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ପ୍ରଶାନ୍ତ ମହାସାଗର, ଆଟଲାଣ୍ଟିକ, ହିନ୍ଦ ମହାସାଗର, ଆର୍କଟିକ ଓ ଆଣ୍ଟକର୍ଟିକାରେ ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହେବ ।