spot_img

Latest Posts

ପରସ୍ପରକୁ ଗୁଳି କଲେ ଦୁଇ ପୋଲିସ କର୍ମଚାରୀ, ଭ୍ୟାନ୍‌ ଭିତରୁ ମିଳିଲା ମୃତଦେହ

ନନ୍ଦିଘୋଷ ବ୍ୟୁରୋ: ଜମ୍ମୁ କଶ୍ମୀରର ଉଧମପୁରରୁ ଦୁଇ ପୋଲିସଙ୍କ ମୃତଦେହ ଉଦ୍ଧାର। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଭ୍ୟାନ୍‌ ଭିତରୁ ମିଳିଲା ଦୁଇ ପୋଲିସ କର୍ମୀଙ୍କ ମୃତଦେହ । ଉଭୟଙ୍କ ଦେହରେ ଗୁଳି ବାଜିଥିବା ସୂଚନା ମିଳିଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ହସ୍ପିଟାଲକୁ ପଠାଇଛି ।

ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ରବିବାର ସକାଳ ପ୍ରାୟ ସାଢ଼େ ୬ଟା ବେଳେ ଉଧମପୁର ଜିଲ୍ଲା ମୁଖ୍ୟାଳୟ ସ୍ଥିତ କାଳି ମାତା ମନ୍ଦିର ବାହାରେ ପୁଲିସ ଭ୍ୟାନ୍‌ ଭିତରୁ ଦୁଇଜଣ ପୋଲିସ କର୍ମଚାରୀଙ୍କ ମୃତଦେହ ମିଳିଛି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଦୁଇ ପୋଲିସ କର୍ମଚାରୀ ପରସ୍ପର ଉପରକୁ ଗୁଳିମାଡ କ କରିବା ପରେ ସେମାନଙ୍କ ମୃତ୍ୟୁ ହୋଇଛି।

Latest Posts

Don't Miss