ଗୋଟିଏ ନୁହେଁ ଦୁଇଟି ପ୍ରାଇଭେଟ୍ ଜେଟ୍ ଓହ୍ଲାଇଥିଲା ଡୋମିନିକାରେ,ମେହୁଲଙ୍କ ଭାଇଙ୍କ ଉପସ୍ଥିତିକୁ ନେଇ ଉଠିଲା ପ୍ରଶ୍ନ

ଡୋମିନିକା: ଫେରାର ଭାରତୀୟ ବ୍ୟବସାୟୀ ମେହୁଲ ଚୋକସି ଡୋମିନିକା ଜେଲରେ ବନ୍ଦ ଥିବା ବେଳେ ଭାରତ ତା’ର ପ୍ରତ୍ୟାର୍ପଣ ପାଇଁ ଉଦ୍ୟମ ଜାରି ରଖିଛି । ଏହାରି ଭିତରେ ଏଣ୍ଟିଗୁଆ ଓ ବାରବୁଡା ପ୍ରଧାନମନ୍ତ୍ରୀ ଗେଷ୍ଟନ ବ୍ରାଉନ୍ ମେହୁଲ ଚୋକସି ଭାରତୀୟ ନାଗରିକ ହୋଇଥିବାରୁ ତାକୁ ତୁରନ୍ତ ଭାରତ ହାତରେ ପ୍ରତ୍ୟାର୍ପଣ କରିବାକୁ କହିଛନ୍ତି । ଏହାସହିତ ବ୍ରାଉନ୍ ବିରୋଧି ଦଳ ମିଳିତ ପ୍ରଗତିଶିଳ ପାର୍ଟି (ୟୁପିପି) ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ୟୁପିପି ମେହୁଲର ଭାଇଠାରୁ ଟଙ୍କା ନେଇ ପ୍ରତ୍ୟାର୍ପଣ ପଥ ଅବରୋଧ କରିବାକୁ ଉଦ୍ୟମ କରୁଛି ବୋଲି ସେ କହିଛନ୍ତି ।
ଅନ୍ୟପକ୍ଷରେ ମେହୁଲ ଚୋକସିର ଭାଇ ଚେତନ ଚୋକସି ମେ ୨୯ରେ ଏକ ପ୍ରାଇଭେଟ୍ ଜେଟରେ ଡୋମିନିକା ପହଂଚିଥିବା ଖବର ମିଳୁଛି । କୁହାଯାଉଛି ଯେ, ଚେତନ୍ ଡୋମିନିକାର ବିରୋଧୀ ଦଳ ନେତା ଲେନୋକ୍ସ ଲିଣ୍ଟନଙ୍କୁ ସାକ୍ଷାତ କରିଥିଲେ । ଏସୋସିଏଟସ୍ ଟାଇମ୍ସ ନାମକ ଖବର କାଗଜ ଅନୁସାରେ ଚେତନ ଲିଣ୍ଟନଙ୍କୁ ଲାଂଚ ଭାବେ ୨ ଲକ୍ଷ ଆମେରିକୀୟ ଡଲାର ଦେଇଛନ୍ତି । ମେହୁଲ ଚୋକସି ପ୍ରସଙ୍ଗକୁ ସଂସଦରେ ଉଠାଇ ତାର ପ୍ରତ୍ୟାର୍ପଣ ରୋକିବା ପାଇଁ ଏହି ଟଙ୍କା କାରବାର ହୋଇଥିବା କୁହାଯାଉଛି ।

ଏଥିସହିତ ପଢ଼ନ୍ତୁ: ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା: ଡାକ୍ତରଙ୍କୁ ନିର୍ଧୁମ ମାରିଲେ ସମ୍ପର୍କୀୟ

ମେହୁଲକୁ ବିରୋଧି ଦଳ ରାଜନୈତିକ ଫଣ୍ଡିଂ ପାଇଁ ସମର୍ଥନ କରୁଛନ୍ତି ବୋଲି ଅଭିଯୋଗ କରି ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମେହୁଲ ଏହା ମଧ୍ୟରେ ନିଜ ଓକିଲ ବଦଳାଇ ଦେଇଛନ୍ତି । ଏବେ ଯିଏ ତାଙ୍କର ଓକିଲ ଅଛନ୍ତି ସିଏ ବିରୋଧି ଦଳ ୟୁପିପିର ଜଣେ ପ୍ରଭାବଶାଳୀ ନେତା । ୟୁପିପିର ନିର୍ବାଚନ ଫଣ୍ଡିଂ ପାଇଁ ପ୍ରତିଶ୍ରୁତି ଦେଇଥିବାରୁ ସେମାନେ ଚୋକସିଙ୍କୁ ନେଇ ଆକ୍ରାମକ ହୋଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।
ଅନ୍ୟପକ୍ଷରେ ବିରୋଧି ଦଳଙ୍କ ଅଭିଯୋଗ ଯେ, ବ୍ରାଉନ୍ ଭାରତର ଚାପରେ କାମ କରୁଛନ୍ତି । ମେହୁଲଙ୍କୁ ଭାରତକୁ ସିଧାସଳଖ ପ୍ରତ୍ୟାର୍ପଣ କରିବାକୁ ଡୋମିନିକାକୁ ପରାମର୍ଶ ଦେଇ ସେ ଚୋକସିଙ୍କ ସାମ୍ବିଧାନିକ ଅଧିକାରର ଉଲ୍ଲଂଘନ କରିଛନ୍ତି । ଅନ୍ୟପକ୍ଷରେ ବେଆଇନ ଭାବେ ଗେୋଟିଏ ଦେଶ ମଧ୍ୟକୁ ପ୍ରବେଶ କରିଥିବା ଚୋକସିଙ୍କର ସାମ୍ବିଧାନିକ ଅଧିକାର କେଉଁଆଡୁ ଆସିଲା ବୋଲି ପାଲଟା ପ୍ରଶ୍ନ କରିଛନ୍ତି ବ୍ରାଉନ୍ ।

Leave a Reply