ରାଉରକେଲା ସରକାରୀ ଡାକ୍ତରଖାନାର ୨ କର୍ମଚାରୀଙ୍କୁ କରୋନା

ସୁନ୍ଦରଗଡ଼: ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାକୁ ଲାଗିଛି । ଦିନକୁ ଦିନ କରୋନା ଗ୍ରାଫରେ ଉପର ମୁହାଁ ହେଉଛି କରୋନା ଟ୍ରାକ୍‌ । ରବିବାର ରାଜ୍ୟରୁ ୭୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଜେଲର ବାଡ଼ ଡ଼େଇଁଛି କରୋନା ।

ପ୍ରଥମ ଥର ପାଇଁ ଜେଲ ମଧ୍ୟକୁ ପ୍ରବେଶ କରିଛି କରୋନା । ପୂର୍ବରୁ ଥାନା ମାନଙ୍କରେ ଅଭିଯୁକ୍ତଙ୍କୁ କରୋନା ହୋଇଥିବା ବେଳେ ଏଥର ପ୍ରଥମ ଥର ପାଇଁ ଜେଲ ମଧ୍ୟରେ କଏଦୀଙ୍କୁ କରୋନା ହୋଇଛି । ରାଉରକେଲା ସ୍ୱତନ୍ତ୍ର ଜେଲ୍‌ରୁ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ଜଣାପଡ଼ିଛି । ପଜିଟିଭ ଆସିବା ପରେ ଜେଲ୍‌ରେ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ କ୍ୱାରେଣ୍ଟାଇନରେ ରଖିବା ସହ ଜେଲକୁ ବିଶୋଧନ କରାଯାଇଛି ।

ରାଉରକେଲା ସରକାରୀ ହସ୍ପିଟାଲର୨ଜଣଙ୍କ ଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି । ସେମାନେ କୋଭିଡ ମେଡିକାଲ ଡ୍ୟୁଟିରେ ନିୟୋଯିତ ଥିଲେ । ଏବେ ମେଡିକାଲକୁ ସାନିଟାଇଜେସନ କରାଯିବା ସହ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି ।  ଗତ ୨୪ ଘଣ୍ଟାରେ ସୁନ୍ଦରଗଡ଼ରୁ ୧୮ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ୧୮ ଆକ୍ରାନ୍ତଙ୍କ ଭିତରୁ  ୧୫ ଜଣ ପୁରୁଷ ଓ ୩ ଜଣ ମହିଳା ରହିଛନ୍ତି ।

ସୁନ୍ଦରଗଡ଼ ଜିଲ୍ଲାରେ ୯୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ୪୯ ଜଣ ସକ୍ରିୟ ସଂକ୍ରମିତଙ୍କ ଚିକିତ୍ସା କେଭିଡ ହସ୍ପିଟାଲରେ ଚାଲିଛି ।

Leave a Reply