spot_img

Latest Posts

ପୁଣି ଜୀବନ ନେଲା ଆମ ବସ: ଡ୍ରାଇଭରଙ୍କ ମୃତ୍ୟୁ, ଦୁଇ ଛାତ୍ରୀ ଗୁରୁତର

ପୁଣି ଜୀବନ ନେଲା ଆମ ବସ । ଭୁବନେଶ୍ଵର ରୂପାଲି ଛକରେ ଅଟୋକୁ ପିଟିଲା ଆମ ବସ । ଟ୍ରାଫିକ ଅଟକାଇଥିବା ବେଳେ ଅଟୋକୁ ପଛରୁ ପିଟିଲା ଆମ ବସ । ଅଟୋରେ ଡ୍ରାଇଭର ସହ ୨ ସ୍କୁଲ ଛୁଆ ଥିଲେ । ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ମୃତକ ବାଲିଅନ୍ତା ସିଙ୍ଗାପୁରର ବିଷ୍ଣୁଚରଣ ପାତ୍ର ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଏହା ପୂବର୍ରୁ ମଧ୍ୟ ଏକାଧିକ ବାର ରାଜ୍ୟରେ ଆମ ବସ ଦୁର୍ଘଟଣା ଦେଖିବାକୁ ମିଳିଥିଲା । ଗତ ବର୍ଷ ଫେବୃଆରୀ ମାସରେ ଆମ ବସ ଦୁର୍ଘଟଣାରେ ମା ଓ ଝିଅ ଦୁଇଜଣଙ୍କର ଜୀବନ ଚାଲିଯାଇଥିଲା । ରାଜଧାନୀର ପାତ୍ରପଡ଼ାରେ ଘଟିଥିଲା ଉକ୍ତ ସଡ଼କ ଦୁର୍ଘଟଣା । ଗୋଟିଏ ସ୍କୁଟିକୁ ଆମ ବସ କିଛି ଦୂର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା ।  ସେହିପରି ଖୋର୍ଦ୍ଧାରେ ଆମ ବସ ଦୁର୍ଘଟଣାରେ ପିତାମାତା ଆହତ ହୋଇଥିବା ବେଳେ ଏକ ଶିଶୁର ମୃତ୍ୟୁ ଘଟିଥିଲା । ବାରମ୍ବାର ଆମ ବସ ଦୁର୍ଘଟଣା ଜନିତ ଖବର ଆସୁଥିବାର ଏନେଇ ପ୍ରତିକାର ବ୍ୟବସ୍ଥା କରିବାକୁ ଜନସାଧାରଣରେ ଦାବି ହୋଇଛି ।

Latest Posts

Don't Miss