ସ୍ୱାମୀ କାହାର ? ଜୁଇ ପାଖେ ଦୁଇ ସଉତୁଣୀ ହାତାହାତି

ପୁରୀ: ସ୍ୱାମୀର ମୃତ୍ୟୁ ପରେ ବି ତୁଟୁନି ସଉତୁଣୀ ତ୍ରୁଟି । ମୁଗାଗ୍ନି ପାଇଁ ଜୁଇ ପାଖରେ ମୁହାଁମୁହିଁ ହୋଇଛନ୍ତି ଦୁଇ ସଉତୁଣୀ । ସ୍ବର୍ଗଦ୍ବାରରେ ଘଟିଛି ଏଭଳି ଅଭାବନୀୟ ଘଟଣା | ମୁଖାଗ୍ନି ପାଇଁ ଦୁଇ ସଉତୁଣୀ ମୁହାଁମୁହିଁ ହୋଇଛନ୍ତି | ତେବେ ବାପାଙ୍କ ମୁହଁରେ କିଏ ମୁଖାଗ୍ନି ଦେବ ବୋଲି ସ୍ଥିର ହୋଇପାରିନଥିବା ବେଳେ ଦୁଇ ସଉତୁଣୀଙ୍କ ପୁଅ ହାତାହାତି ଯାଏଁ କଥା ଯାଇଛି |

ବାସେଳୀ ସାହି ଅଞ୍ଚଳରେ ରହୁଥିବା ଗଦାଧର ଜେନାଙ୍କ 28ତାରିଖ ରାତି ରେ କଟକ ସଦଗୁରୁ ମେଡିକାଲ ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା | ତେବେ ରାତି ପ୍ରାୟ 11ଟାରେ ମୃତଦେହ ସ୍ବର୍ଗଦ୍ୱାରକୁ ଅଣାଯାଇଥିଲା | ସଂସ୍କାର ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ବ୍ରହ୍ମଗିରି ଥାନା ବେଣ୍ଟପୁର କୋଠସାହିର ରଂଜିତ କୁମାର ଜେନା ତାଙ୍କ ମାଙ୍କୁ ଧରି ସେଠାରେ ପହଞ୍ଚି ନିଜକୁ ସ୍ବର୍ଗତ ଗଦାଧରଙ୍କ ପ୍ରଥମ ପତ୍ନୀଙ୍କ ପୁଅ ବୋଲି ଦାବି କରିବା ସହ ମୁଖାଗ୍ନି ଦେବକୁ କହିଥିଲେ |

ତେବେ ଏହି ଘଟଣାକୁ ନେଇ ଦ୍ଵିତୀୟ ପତ୍ନୀ ଓ ପ୍ରଥମ ପତ୍ନୀଙ୍କ ମଧ୍ୟରେ ବଚସା ଲାଗିଥିଲା | ପରେ ଉଭୟ ପକ୍ଷରୁ ଆସିଥିବା ସମ୍ପର୍କୀୟଙ୍କ ମଧ୍ୟରେ ମଧ୍ୟ ମାରପିଟ ଆରମ୍ଭ ହୋଇଥିଲା | ଏଭଳି ଦୃଶ୍ୟ ଦେଖି ସ୍ବର୍ଗଦ୍ବାର କର୍ମଚାରୀ ପୋଲିସ କୁ ଖବର ଦେଇଥିଲେ | ପରେ ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କୁ ଆଣିଥିବା ବେଳେ ଦୁଇ ପତ୍ନୀଙ୍କ ପୁଅଙ୍କୁ ମୁଖାଗ୍ନି ଦେବାକୁ ଅନୁମତି ଦେଇଥିଲା |

ତେବେ ପୋଲିସ ଘଟଣା ସମ୍ପର୍କରେ ପଚାରିବାରୁ ଜଣାପଡିଥିଲା ମୃତ ଗଦାଧର 16ବର୍ଷ ଧରି ଦ୍ଵିତୀୟ ପତ୍ନୀଙ୍କ ସହ ପୁରୀ ବାସେଳୀ ସାହି ସ୍ଥିତ ଘରେ ରହି ଆସୁଥିଲେ | ସେ ଅସୁସ୍ଥ ଥିବାରୁ ଦ୍ଵିତୀୟ ପତ୍ନୀ ତାଙ୍କୁ ଚିକିତ୍ସା କରାଉଥିଲେ | ତେବେ ପ୍ରଥମ ପତ୍ନୀଙ୍କ ସହ ତାଙ୍କର ବୈବାହିକ ବିଚ୍ଛେଦ ହୋଇଥିବା ଦ୍ଵିତୀୟ ପତ୍ନୀ କହିଥିବା ବେଳେ ପ୍ରଥମ ପତ୍ନୀ ଏହାକୁ ଅସ୍ବୀକାର କରିଛନ୍ତି ।

Leave a Reply