ଠିପି ବନ୍ଦ ବିଦେଶୀ ମଦ ଦୋକାନରେ ଅପମିଶ୍ରିତ ମଦ ପିଇ ଦୁଇ ଯୁବକଙ୍କ ମୃତ୍ୟୁ ଅଭିଯୋଗ

1 min read

ଭୁବନେଶ୍ୱର : ଠିପି ବନ୍ଦ ବିଦେଶୀ ମଦ ଦୋକାନରେ ଅପମିଶ୍ରିତ ମଦ ପିଇ ଦୁଇ ଯୁବକଙ୍କ ମୃତ୍ୟୁ ଅଭିଯୋଗ । ଭୁବନେଶ୍ୱର କଟକ ପୁରୀ ରୋଡ ଷ୍ଟେସନ ବଜାରରେ ଥିବା ଠିପି ବନ୍ଦ ବିଦେଶୀ ମଦ ଦୋକାନ ବିରୋଧରେ ଆସିଛି ଏହି ସଂଘାତିକ ଅଭିଯୋଗ । ଲକ୍ଷ୍ମୀ ସାଗର ଅଞ୍ଚଳର ଦୁଇ ଯୁବକ ମୃତ୍ୟୁ ବରଣ କରିଥିବା ଅଭିଯୋଗ ହୋଇଛି । ଏଥି ସହିତ ଆଉ ୩ ଜଣ ଗୁରୁତର ହୋଇ ICU ରେ ଭର୍ତ୍ତି ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି। ଏନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି। ଖୋର୍ଦ୍ଧା ଜିଲ୍ଲା ଅବକାରୀ ଏସପି ଟିମ୍ ସହ ଆସି ସଂପୃକ୍ତ ମଦ ଦୋକାନ କୁ ସିଲ୍ କରିଛନ୍ତି । ମୃତ ଯୁବକ ଦ୍ଵୟ ହେଉଛନ୍ତି ଲକ୍ଷ୍ମୀ ସାଗର ଅଞ୍ଚଳର ସନ୍ତୋଷ ନାୟର ଏବଂ ବିଶ୍ୱଜିତ୍ ବେହୁରା । ସନ୍ତୋଷଙ୍କ ମୃତ୍ୟୁ ଗତ ୫ ଦିନ ତଳେ ହୋଇଥିବା ବେଳେ ଆଜି ବିଶ୍ୱଜିତ୍ ଙ୍କ ମୃତ୍ୟୁ ହୋଇଛି । କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି । ଭୋଜି ବେଳେ ଏହି ଦୋକାନରୁ ମଦ କିଣି ନେଇଥିଲେ । ଆଉ ମଦ ପିଇବା ପରେ ପେଟ ଓ ଛାତିରେ ଯନ୍ତ୍ରଣା ହୋଇଥିଲା । ପରେ ହସପିଟାଲ ରେ ମଧ୍ୟ ଭର୍ତ୍ତି କରାଯାଇଥିଲା ।  ଚିକିତ୍ସା ଚାଲିଥିବା ବେଳେ  ହିଁ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ଆଜି ବିଶ୍ୱଜିତ୍ ଅନ୍ତିମ ସଂସ୍କାର ପରେ ସ୍ଥାନୀୟ ଅଂଚଳରେ ବଡ଼ ଉତ୍ତେଜନା ଦେଖିବାକୁ ମିଳିଛି ।