୩ ଦିନରେ ଆଦାନୀ ହରାଇଲେ ୯୦୦ କୋଟି

1 min read

ନୂଆଦିଲ୍ଲୀ: ବିଶ୍ୱର ଧନୀ ତାଲିକାର ୨ୟ ସ୍ଥାନ ହରାଇଛନ୍ତି ଗୌତମ ଆଦାନୀ । ବର୍ତ୍ତମାନ ସେ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏପରିକି ଏସିଆର ଦ୍ୱିତୀୟ ଧନୀ ବ୍ୟକ୍ତିଙ୍କ ତାଲିକାରେ ତଳକୁ ଖସିଯାଇଛନ୍ତି ଆଦାନୀ । ବୁଧବାର ବ୍ଲୁମବର୍ଗ ବିଲିୟନେୟର୍ସ ଇଣ୍ଡେକ୍ସ ଅନୁଯାୟୀ ୫୮ ବର୍ଷିୟ ଟାଇକୁନ୍ ଆଦାନୀ କିଛି ଦିନ ମଧ୍ୟରେ ଅନ୍ୟମାନଙ୍କ ତୁଳନାରେ ଅଧିକ ଟଙ୍କା ହରାଇଛନ୍ତି  । ଏବଂ ତାଙ୍କର ବ୍ୟକ୍ତିଗତ ସମ୍ପତ୍ତି ପ୍ରାୟ ୯ ବିଲିୟନ ଡ଼ଲାର (୯୦୦କୋଟି)ରୁ ୬୭.୬ ବିଲିୟନ ଡ଼ଲାରରେ ପହଞ୍ଚିଛି। କିଛି ଦିନ ପୂର୍ବରୁ ମୁକେଶ ଅମ୍ବାନୀଙ୍କ ପରେ ସେ ଏସିଆର ଦ୍ୱିତୀୟ ଧନୀ ବ୍ୟକ୍ତି ଥିଲେ। ଗୁରୁବାର ଦିନ ପର୍ଯ୍ୟନ୍ତ ମଧ୍ୟ ଆଦାନୀ ଗ୍ରୁପ୍‌ର ସେୟାର ହ୍ରାସ ପାଇବାରେ ଲାଗିଛି।

ରିପୋର୍ଟ ଅନୁଯାୟୀ, ଆଦାନୀ ଗ୍ରୁପ୍, ଆଦାନୀ ଏଣ୍ଟରପ୍ରାଇଜେସ୍, ଆଦାନୀ ପୋର୍ଟସ, ଆଦାନୀ ପାୱାର, ଏଟିଜିଏ, ଆଦାନୀ ଟ୍ରାନ୍ସମିସନ ଏବଂ ଆଦାନୀ ଗ୍ରୀନ୍ ଷ୍ଟକରେ ଆଜି ମଧ୍ୟ ଏକ ବୃହତ ଧରଣର କ୍ଷତି ରେକର୍ଡ କରାଯାଇଛି । ରିପୋର୍ଟ ଅନୁଯାୟୀ ଗୌତମ ଆଦାନୀଙ୍କୁ କିଛି ମିନିଟରେ ୬.୩ ବିଲିୟନ ଡ଼ଲାର୍ ​​(ପ୍ରାୟ ୪,୬୩,୯୯,୧୮,୫୦,୦୦୦ଟଙ୍କା)ର କ୍ଷତି ହୋଇଛି । ଫୋର୍ବସ୍ ରିଅଲ୍ ଟାଇମ୍ ବିଲିୟନେୟର୍ସ ଇଣ୍ଡେକ୍ସ ଅନୁଯାୟୀ, ସକାଳ ୯.୩୦ ପର୍ଯ୍ୟନ୍ତ ତାଙ୍କ ନେଟ ୱର୍ଥରେ ୬.୩ ବିଲିୟନ ଡ଼ଲାର ହ୍ରାସ ହୋଇଛି । ଆଦାନୀ ବର୍ତ୍ତମାନ ୬୩.୫ ବିଲିୟନ ଡ଼ଲାରର ସମ୍ପତ୍ତି ସହିତ ବିଶ୍ୱର ୧୬ ତମ ଧନୀ ବ୍ୟକ୍ତି  ।

ସୋମବାର ଦିନ ଇକୋନୋମିକ୍ ଟାଇମ୍ସ ରିପୋର୍ଟ କରିଛି ଯେ ନ୍ୟାସନାଲ ସିକ୍ୟୁରିଟି ଡିପୋଜିଟୋରୀ ଲିମିଟେଡ୍ (NSDL) ମାଲିକଙ୍କ ବିଷୟରେ ପର୍ଯ୍ୟାପ୍ତ ସୂଚନା ନ ଥିବାରୁ ମରିସସ୍ ସ୍ଥିତ ତିନି ମରିସସ୍ ଭିତ୍ତିକ ପାଣ୍ଠିର ଆକାଉଣ୍ଟକୁ  ବନ୍ଦ କରିଛି । ଆଲ୍ବୁଲା ଇନଭେଷ୍ଟମେଣ୍ଟ ଫଣ୍ଡ, କ୍ରେଷ୍ଟା ଫଣ୍ଡ ଏବଂ ଏପିଏମଏସ ଇନଭେଷ୍ଟମେଣ୍ଟ ଫଣ୍ଡର ବଡ଼ ଅଂଶୀଦାରୀ ଆଦାନୀ ସଂସ୍ଥାଗୁଡ଼ିକରେ ଲାଗିଛି, ଯାହା ପ୍ରାୟ ୬ ବିଲିୟନ ଡଲାରର ଯାହାକୁ ସମ୍ପୂର୍ଣ୍ଣ ରୂପେ ଫ୍ରିଜ୍ କରାଯାଇଥିବା ରିପୋର୍ଟରେ କୁହାଯାଇଛି । ଆଦାନୀ ଗ୍ରୁପ୍ ଏହି ରିପୋର୍ଟକୁ ସମ୍ପୂର୍ଣ୍ଣ ଭାବେ ଅସ୍ୱୀକାର କରିଛି ଏବଂ କହିଛି ଯେ ଏହା ଇନଭେଷ୍ଟମେଣ୍ଟକୁ ଜାଣିଶୁଣି ବିଭ୍ରାନ୍ତ କରୁଛି ।

Leave a Reply