ଆସନ୍ତା ୩୧ ସୁଦ୍ଧା ଆଫଗାନିସ୍ତାନରୁ ହଟିବ ଆମେରିକା

କାବୁଲ:  ଆସନ୍ତା ୩୧ ସୁଦ୍ଧା ଆଫଗାନିସ୍ତାନରୁ ହଟିବ ଆମେରିକା । ତେବେ ଏହା ପୂର୍ବରୁ କାବୁଲସ୍ଥିତ ସିଆଇଏର ଏକ ଘାଟି ଇଗଲ ବେସକୁ ଧ୍ବଂସ କରିଦେଇଛି ଆମେରିକା । ଗତ ବୁଧବାର କାବୁଲ ବିମାନ ବନ୍ଦରରେ ବିସ୍ଫୋରଣ ପରେ ଆମେରିକା ଏହି ଘାଟିକୁ ଧ୍ବଂସ କରିଦେଇଛି । ଏହି ବିସ୍ଫୋରଣରେ ଆମେରିକାର ୧୩ ସୈନ୍ୟ ସମେତ ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ।

ଏହି ବେସ ଆମେରିକୀୟ ସୈନ୍ୟଙ୍କୁ ତାଲିମ ଦିଆଯିବା ସହ ଆତଙ୍କବାଦୀ ବିରୋଧୀ ପ୍ରଶିକ୍ଷଣ ଶିବିର ଭାବେ କାର୍ଯ୍ୟ କରୁଥିଲା । ତାଲିବାନ ସଂଗଠନ ହାତରେ ଏହି ବେସର ଅପବ୍ୟବହାର ହେବା ଆଶଙ୍କାରେ ଆମେରିକା ଏହାକୁ ନଷ୍ଟ କରିଦେଇଛି । ଅଫଗାନକୁ ତାଲିବାନ ଦଖଲ କରିବା ପରେ ଦିନକୁ ଦିନ ବିଗିଡ଼ିବାରେ ଲାଗିଛି ଦେଶରେ ଜୀବନ ଯାପନ ମାନ  । ଲୋକେ ଗୋଟେପଟେ ଭୟଭୀତ ରହିଥିବାବେଳେ ଅନ୍ୟପଟେ ତାଲିବାନର ଆତଙ୍କୀ ସାଧାରଣ ଲୋକଙ୍କୁ ଅଣନିଶ୍ୱାସୀ କରିଦେଇଛି  ।

Leave a Reply