spot_img

Latest Posts

ମରଣ ମୁହଁରୁ ବଞ୍ଚିଲେ ଯୁବକ, ହାତୀ ପାଦ ତଳୁ ବର୍ତ୍ତିଗଲେ…

ନନ୍ଦିଘୋଷ ବ୍ୟୁରୋ: ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଲା ଜୀବନ। ହାତୀ ପାଦ ତଳୁ ଖସିଗଲେ ଯୁବକ। ଘର ଓଳିରେ ପଶି ଧାନ ଖାଉଥିଲା ହାତୀ । ହାତୀକୁ ଦେଖି ଘଉଡ଼ାଇବା ପାଇଁ ପାଟି କରିବାରୁ ଆକ୍ରମଣ କରିଥିଲା । ତଳେ ପଡିଯିବାରୁ ଯୁବକଙ୍କ ହାତ ଉପରେ ଚଢ଼ିଗଲା ହାତୀ । କପ୍ତିପଦା ବନାଞ୍ଚଳ ଗଣ୍ଡୀଦର ଗାଁରେ ଘଟିଛି ଏହି ଘଟଣା। ଗାଁର ନୀଳକଣ୍ଠ ପାଣିଆଳିଆ ଘରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ବାଡ଼ି ପାଖରେ ଶବ୍ଦ ଶୁଣିବାକୁ ପାଇଥିଲେ। ରାତିରେ ଘର ବାଡ଼ିକୁ ଯାଇ ଦେଖିବାରୁ ଏକ ବିଶାଳ ହାତୀ ଧାନ ଖାଉଥିଲା । ହାତୀ ମୁହଁରୁ ଧାନକୁ ବଞ୍ଚାଇବା ପାଇଁ ଘଉଡ଼ାଇବାରୁ ହାତୀ ଓଲଟା ନୀଳକଣ୍ଠଙ୍କୁ ଆକ୍ରମଣ କରିଥିଲା। ନୀଳକଣ୍ଠକୁ ହାତୀ ଗୋଡ଼ାଇବାରୁ ସେ ତଳେ ପଡି ଯାଇଥିଲେ । ହାତୀଟି ନୀଳକଣ୍ଠଙ୍କ ହାତ ଉପରେ ଚଢି ତାହାକୁ ଦଳି ଦେଇଥିବା ବେଳେ ଅଳ୍ପକେ ହାତୀ ପାଦ ତଳୁ ଜୀବନ ରକ୍ଷା କରିପାଇଯାଇଛି । ଗୁରୁତର ଅବସ୍ଥାରେ ନୀଳକଣ୍ଠଙ୍କୁ ଚିକିତ୍ସା ପାଇଁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଏବେ ସୁଦ୍ଧା ବନ ବିଭାଗ ତାଙ୍କ ନିକଟରେ ପହଞ୍ଚିନାହିଁ ।

Latest Posts

Don't Miss