spot_img

Latest Posts

ଉଦ୍ଧବ ସରକାରଙ୍କ ଚେତାବନୀ, କଟକଣା ନ ମାନିଲେ ପୁଣି ଲାଗୁ ହେବ ଲକ୍‌ଡାଉନ୍

ମୁମ୍ବାଇ: ଗତ କିଛିଦିନ ହେବ ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟ ଦେଇଛି । ଏହା ଉପରେ ଚିନ୍ତା ବ୍ୟକ୍ତ କରିବା ସହ କଟକଣା ନ ମାନିଲେ ପୁଣି ରାଜ୍ୟକୁ ଲକ୍‌ଡାଉନ୍  ଫେରିବ ବୋଲି ଚେତାବନୀ ଦେଇଛନ୍ତି ମହାରାଷ୍ଟ୍ର ସରକାର।

ରାଜ୍ୟର ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା ବେଳେ ରାଜ୍ୟରେ କରୋନା କଟକଣା ପାଳନ ହେଉ ନ ଥିବା ନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ଚିନ୍ତା ବ୍ୟକ୍ତ କରିଛନ୍ତି। ଏହାସହ ଯଦି ଲୋକମାନେ କିଛିଟା କଟକଣା ପାଳନ ନ କରନ୍ତି, ତା’ ହେଲେ ପୁଣି ଲକ୍‌ଡାଉନ୍ ଜାରି କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ କହିଛନ୍ତି ଯେ ଲୋକମାନଙ୍କୁ ନିଷ୍ପତ୍ତି ନେବାକୁ ହେବ ଯେ ସେମାନେ କିଛି କଟକଣା ମାନି ମୁକ୍ତ ଭାବେ ରହିବାକୁ ଚାହୁଁଛନ୍ତି ନା ପୁଣିଥରେ ରାଜ୍ୟରେ ଲକଡାଉନ୍ ଚାହୁଁଛନ୍ତି।

ମହାରାଷ୍ଟ୍ରରେ ରବିବାର ଦିନ ଗତ ଏକମାସ ମଧ୍ୟରେ ସବୁଠୁ ଅଧିକ କରୋନା ସମକ୍ରମିତଙ୍କ ସଂଖ୍ୟା ସାମ୍ନାକୁ ଆସିଛି । ରବିବାର ରାଜ୍ୟରେ ୪ହଜାର ୯୨ଟି ନୂଆ କରୋନା ମାମଲା ସାମ୍ନାକୁ ଆସିଥିବାବେଳେ ମଙ୍ଗଳବାର ୩ ହଜାର ନୂଆ ପଜିଟିଭ ମାମଲା ଆସିଛି। ସାତ ଦିନ ଭିତରେ  ଦୈନିକ ୩ ହଜାରୁ ଅଧିକ ମାମଲା ରିପୋର୍ଟ କରାଯାଉଛି। ମୁମ୍ବାଇରୁ ୪୬୧ଟି ମାମଲା ଆସିଛି।

Latest Posts

Don't Miss