spot_img

Latest Posts

ଉଡ୍ର ପକ୍ଷରୁ ସହରାଞ୍ଚଳ ବାସଶୂନ୍ୟ ଆଶ୍ରୟସ୍ଥଳୀରେ ନୂତନ ବସ୍ତ୍ର ବଣ୍ଟନ

ଭୁବନେଶ୍ୱର : ଓଡିଆ ସିନେ ଜଗତର ବର୍ଷିଆନ ଲୋକପ୍ରିୟ ଅଭିନେତ୍ରୀ ସ୍ୱର୍ଗତାଃ ଅନିତା ଦାସଙ୍କ ଜନ୍ମଦିନ ଅକ୍ଟୋବର ୧ । ସେହି ଦିନକୁ ମନେରିଖିବା ପାଇଁ ଆଜି “ଉଡ୍ରଚାରିଟେବୁଲ୍ ଟ୍ରଷ୍ଟ”ର ପରାମର୍ଶଦାତା ତଥା “ମୋ କଲେଜ” ଅଧ୍ୟକ୍ଷ (ଓଡିଶା ସରକାର) ଆକାଶ ଦାସନାୟକଙ୍କ ନେତୃତ୍ୱରେ “ଉଡ୍ର” ତରଫରୁ ଭୁବନେଶ୍ୱର ମହାନଗର ନିଗମ, ୱାର୍ଡ ନଂ-୮ (ଚନ୍ଦ୍ରଶେଖରପୁର) ସ୍ଥିତ ସହରାଂଚଳ ବାସଶୂନ୍ୟ ଆଶ୍ରୟସ୍ଥଳୀ “ଜାତୀୟ ସହରାଂଚଳ ଜୀବିକା ମିଶନ୍‌”ର ସମସ୍ତ ଅନ୍ତେବାସୀଙ୍କୁ ନୂତନ ବସ୍ତ୍ର ପ୍ରଦାନ କରାଯାଇଥିଲା ।

ଆଶ୍ରୟସ୍ଥଳୀର ଅନ୍ତେବାସୀଙ୍କ ମୁହଁରେ ଟିକେ ହସ ଫୁଟାଇବା ପାଇଁ “ଉଡ୍ର ଚାରିଟେବୁଲ ଟ୍ରଷ୍ଟ”ର ଏହା ଥିଲା ଏକ ନିଆରା ପ୍ରୟାସ । ସହରାଂଚଳ ବାସଶୂନ୍ୟ ଆଶ୍ରୟସ୍ଥଳୀର ଅନ୍ତେବାସୀମାନେ ସ୍ୱର୍ଗତାଃ ଅନିତା ଦାସଙ୍କ ଜନ୍ମଦିନକୁ ମନେ ପକାଇବା ସହିତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନପୂର୍ବକ ସ୍ମୃତିଚାରଣ କରିଥିଲେ । ସହରାଂଚଳ ବାସଶୂନ୍ୟ ଆଶ୍ରୟସ୍ଥଳୀର ଅନ୍ତେବାସୀମାନେ ସ୍ୱର୍ଗତାଃ ଦାସଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।

ଏହି ବସ୍ତ୍ର ବଂଟନ କାର୍ଯ୍ୟକ୍ରମରେ “ଉଡ୍ର ଚାରିଟେବୁଲ ଟ୍ରଷ୍ଟ”ର ପରାମର୍ଶଦାତା ଆକାଶ ଦାସନାୟକ, ସଂପାଦିକା ଶୁଭ୍ରାଜ୍ୟୋତି ଦାସନାୟକ, ଭୁବନେଶ୍ୱର ଉତର ବିଧାୟକ ସୁଶାନ୍ତ କୁମାର ରାଉତ, ଶୁଭଶ୍ରୀ ମଙ୍ଗରାଜ, ବୈଷ୍ଣବ ଚରଣ ଭୋଳ, ଦେବୀପ୍ରସାଦ ମଙ୍ଗରାଜ, ସତ୍ୟ ସୁମନ, ଅସିତ୍ ସାହୁ, କିଶୋର ଦାସ, ଭାଗ୍ୟଧର ସାମଲ, ସଂଘମିତ୍ରା ପ୍ରମୂଖ ଉପସ୍ଥିତ ରହି ଏଥିରେ ସହଯୋଗ କରିଥିଲେ ।

Latest Posts

Don't Miss