ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ପ୍ରଚାର କରିବେ ଉଜ୍ଜଳା ଦିଦି

ନନ୍ଦିଘୋଷ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ପ୍ରଚାର କରିବେ ଉଜ୍ଜଳା ଦିଦି । ଦେବଗଡ଼, ସମ୍ବଲପୁର ଏବଂ ଅନୁଗୁଳରେ ବୁଲି ବୁଲି ଧର୍ମେନ୍ଦ୍ରଙ୍କୁ ଭୋଟ ନଦେବାକୁ ବୁଝାଇବେ ୧୨ ହଜାରରୁ ଅଧିକ ଉଜ୍ଜଳା ଦିଦି । ଦାବି ପୂରଣ  ନହେବା, ବିଜେପି କାର୍ଯ୍ୟାଳୟରେ ଦୁର୍ବ୍ଯବହାରର ଶିକାର ହେବା ଏବଂ ନିଜେ ଧର୍ମେନ୍ଦ୍ର ପ୍ରଧାନ ମହିଳାଙ୍କୁ କଟାକ୍ଷ କରିବା ପ୍ରତିବାଦରେ ଦିଦିମାନେ ଧର୍ମେନ୍ଦ୍ରଙ୍କୁ ସମାଲୋଚନା କରିବା ସହ ତାଙ୍କ ବିପକ୍ଷରେ ପ୍ରଚାର କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଉଜ୍ଜଳା ଦିଦିମାନେ ଖୁବଶୀଘ୍ର ସମ୍ବଲପୁର ଓ ଦେବଗଡ଼କୁ ଯାଇ ପ୍ରଚାର କରିବେ । ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭୋଟ ନଦେବାକୁ ଲୋକଙ୍କୁ ବୁଝାଇବେ । ମହିଳାଙ୍କୁ ସମ୍ମାନ ଦେଉନଥିବା ଧର୍ମେନ୍ଦ୍ର ଆଗକୁ ଜିତିଲେ କଣ ନାହିଁ କଣ କରିବେ । ଏଣୁ ତାଙ୍କୁ ବିରୋଧ କରିବାକୁ ଦିଦିମାନେ ନିଷ୍ପତ୍ତି ନେଇଛନ୍ତି ।