spot_img

Latest Posts

ବିଜୟ ମାଲ୍ୟାଙ୍କୁ ଦେବାଳିଆ ଘୋଷଣା କଲେ ବ୍ରିଟେନର ଏକ କୋର୍ଟ

ଲଣ୍ଡନ: କିଙ୍ଗଫିସର ଏୟାରଲାଇନ୍ସ ମାଲିକ ବିଜୟ ମାଲ୍ୟାଙ୍କୁ ଦେବାଳିଆ ଘୋଷଣା କରିଛି ବ୍ରିଟେନର ଏକ କୋର୍ଟ। ବ୍ରିଟେନର ଚିଫ ଇନସଲଭେନ୍ସି ଆଣ୍ଡ କମ୍ପାନୀଜ କୋର୍ଟ ବା ଆଇସିସିର ବିଚାରପତି ମାଇକେଲ ବ୍ରିଗସ ଏହି ଘୋଷଣା କରିଛନ୍ତି।

ଲଣ୍ଡନରେ ହାଇକୋର୍ଟରେ ଚାନସେରୀ ଡିଭିଜନର ଭର୍ଚୁଆଲ ଶୁଣାଣିରେ ଏହି ଆଦେଶ ଶୁଣାଇଛନ୍ତି ବିଚାରପତି । ଭାରତୀୟ ବ୍ୟାଙ୍କଗୁଡିକ ସପକ୍ଷରେ ଏହି ରାୟ ପ୍ରଦାନ କରିବା ଲାଗି କୋର୍ଟ ନିକଟରେ ଆବେଦନ କରିଥିଲା ଟିଏଲଟି ଏଲଏଲପି ଫାର୍ମ ଓ ବାରିଷ୍ଟର ମାର୍ସିଆ ସେକର୍ଡେମିଆନ । ୬୫ ବର୍ଷ ବୟସ୍କ ମାଲ୍ୟା ଦୀର୍ଘଦିନ ଧରି ଜାମିନରେ ରହିଛନ୍ତି ।

କୋର୍ଟଙ୍କ ଏହି ଘୋଷଣା ପରେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଦ୍ୱାରା ପରିଚାଳିତ ଭାରତୀୟ ବ୍ୟାଙ୍କଗୁଡିକର ଏକ କନସର୍ଟିୟମ୍ ପାଇଁ କିଙ୍ଗଫିସରର ଋଣ ପରିଶୋଧ ଲାଗି ବାଟ ଫିଟିଛି। ସେପଟେ ମାଲ୍ୟା କହିଛନ୍ତି ତାଙ୍କର ମୋଟ ଋଣ ପରିମାଣ ୬ ହଜାର ୨୦୦ କୋଟି ଥିବାବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୧୪ ହଜାର କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି।

Latest Posts

Don't Miss