କୋଭିସିଲ୍ଡକୁ ବ୍ରିଟେନ୍ ମାନ୍ୟତା ନଦେବା ପ୍ରସଙ୍ଗ, ଭାରତ ଦେଲା ଚେତାବନୀ

1 min read
UK Discriminatory Attitude We Will Also Take Retaliatory Action India Warns UK On Covishield

ନୂଆଦିଲ୍ଲୀ: ଭେଦଭାବ ସୃଷ୍ଟି କରୁଛି ବ୍ରିଟେନ୍ । କରୋନା ଟିକା କୋଭିସିଲ୍ଡକୁ ଦେଉନି ମାନ୍ୟତା । ଏହାକୁ ନେଇ ଭାରତର ବୈଦେଶିକ ମନ୍ତ୍ରଣାଳୟ ବ୍ରିଟେନକୁ ଚେତାବନୀ ଦେଇଛି । କୌଣସି ସମାଧାନର ବାଟ ନ ବାହାରିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବୈଦେଶିକ ମନ୍ତ୍ରଣାଳୟର ସଚିବ କହିଛନ୍ତି ।

ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶୃଙ୍ଗଳା କହିଛନ୍ତି, ୟୁକେ ସରକାର କୋଭିସିଲ୍ଡକୁ ମାନ୍ୟତା ନଦେବା ଭେଦଭାବପୂର୍ଣ୍ଣ । ଏହା ଭାରତର ପାରସ୍ପରିକ ଉପାୟ ଭିତରେ ଆସୁଛି । କୋଭିସିଲ୍ଡକୁ ମାନ୍ୟତା ନଦେବା ଏକ ଭେଦଭାବପୂର୍ଣ୍ଣ ନୀତି । ଭାରତରୁ ବ୍ରିଟେନ୍ ଯିବାକୁ ଥିବା ନାଗରିକ ଏହା ଦ୍ୱାରା ପ୍ରଭାବିତ ହେବେ । ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର ମଧ୍ୟ ଏହି ପ୍ରସଙ୍ଗ ବ୍ରିଟେନ୍ ବିଦେଶ ସଚିବଙ୍କ ସାମ୍ନାରେ ଉଠାଇଛନ୍ତି ।

ବ୍ରିଟେନର ନୂଆ ଗାଇଡଲାଇନ୍ ଅକ୍ଟୋବର ୪ରୁ ଲାଗୁ ହେବ । ଏଥିରେ ଭାରତର ୨ଟି ଯାକ ଟିକାକୁ ମାନ୍ୟତା ଦିଆଯାଇ ନାହିଁ । ଆଶ୍ଚର୍ଯ୍ୟର କଥା ହେଉଛି, ସେରମ ଇନଷ୍ଟିଚ୍ୟୁଟ୍ ପ୍ରସ୍ତୁତ ଟିକା ବ୍ରିଟେନରେ ଆଷ୍ଟ୍ରଜେନକା-ଅକ୍ସଫୋର୍ଡ ଟିକା ନାଁରେ ବ୍ରିଟେନରେ ଦିଆଯାଉଛି । ଯାହାକି ଭାରତରେ କୋଭିସିଲ୍ଡ । ଏହା ପରେ ବି କୋଭିସିଲ୍ଡକୁ ମାନ୍ୟତା ଦେଇନି ବ୍ରିଟେନ୍ ।

ବର୍ତ୍ତମାନ ବ୍ରିଟେନ୍ ନିୟମ ଅନୁସାରେ, କୋଭିସିଲ୍ଡ ଓ କୋଭାକ୍ସିନ୍ ଟିକା ନେଇଥିବା ଲୋକଙ୍କୁ ଟିକା ନେଇନଥିବା ଶ୍ରେଣୀରେ ରଖାଯାଇଛି । ଫଳରେ ଟିକା ନେଇଥିଲେ ମଧ୍ୟ ସମସ୍ତ ସର୍ତ୍ତ ଓ ନିୟମ ମାନିବାକୁ ପଡ଼ିବ । ଭାରତରେ ଦିଆଯାଉଥିବା ଋଷର କରୋନା ଟିକା ସ୍ପୁଟନିକ ଭିକୁ ବି ମାନ୍ୟତା ଦେଇନି ବ୍ରିଟେନ୍ ।

Leave a Reply