ଋଷ ସୈନ୍ୟଙ୍କ ପରିବାରକୁ ଜେଲେନସ୍କିଙ୍କ ନିବେଦନ

1 min read

କିଭ୍: ଋଷ ସୈନ୍ୟମାନଙ୍କ ମା’ ମାନଙ୍କୁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ଅନୁରୋଧ । ୟୁକ୍ରେନ ଯୁଦ୍ଧକୁ ନିଜର ସନ୍ତାନମାନଙ୍କୁ ନଛାଡିବା ଲାଗି ନିବେଦନ କରିଛନ୍ତି ଜେଲେନସ୍କି । ଏକ ବାର୍ତ୍ତାରେ ଜେଲେନସ୍କି କହିଛନ୍ତି- ସେ ପୁଣି ଥରେ ଋଷ ସୈନ୍ୟମାନଙ୍କ ମା’ ମାନଙ୍କ ନିକଟରେ ଅନୁରୋଧ ଜଣାଉଛନ୍ତି ଯେ- ବିଦେଶୀ ରାଷ୍ଟ୍ରରେ ଲଢେଇ ଲାଗି ସେମାନେ ନିଜ ନିଜ ସନ୍ତାନଙ୍କୁ ପଠାନ୍ତୁ ନାହିଁ । ସନ୍ତାନମାନେ ବର୍ତ୍ତମାନ କେଉଁଠି ଅଛନ୍ତି ତାହା ମା’ ମାନେ ଜାଣିବା ଉଚିତ । ଯଦି ପୁଅମାନଙ୍କୁ ଯୁଦ୍ଧକୁ ପଠାଇବା ନେଇ ମା’ ମାନେ ସୂଚନା ପାଆନ୍ତି ତେବେ ସେମାନଙ୍କୁ ଏଥିରୁ ବିରତ ରହିବା ଲାଗି ପରାମର୍ଶ ଦେବାକୁ ଅନୁରୋଧ କରିଛନ୍ତି ଜେଲେନସ୍କ । ଯୁଦ୍ଧରେ ସେମାନେ ପ୍ରାଣ ହରାଇପାରନ୍ତି କିମ୍ବା ସେମାନଙ୍କୁ ବନ୍ଦୀ କରାଯିବାର ସମ୍ଭାବନା ରହିଛି । ତେଣୁ ପୁଅମାନଙ୍କୁ ଯୁଦ୍ଧକୁ ନପଠାଇବା ଲାଗି ମା’ ମାନେ ପରାମର୍ଶ ଦିଅନ୍ତୁ ବୋଲି କହିଛନ୍ତି ଜେଲେନସ୍କି । ଗତ ସପ୍ତାହରେ କିଭରେ ଅନେକ ଋଷ ସୈନ୍ୟଙ୍କୁ ୟୁକ୍ରେନ ବାହିନୀ ଧରିଥିଲେ ଏବଂ ସେଠାକୁ ଆସି ପୁଅମାନଙ୍କୁ ନେଇଯିବା ଲାଗି ତାଙ୍କ ମା’ ମାନଙ୍କୁ ଅନୁରୋଧ କରିଥିଲେ । ୟୁକ୍ରେନ କବଳରେ ବର୍ତ୍ତମାନ ଅନେକ ଋଷ ସୈନ୍ୟ ବନ୍ଦୀ ଥିବା ସୂଚନା ମିଳିଛି ।