ପୁଣି ପୁରୀରେ ଉମା-ସୁଜିତ ସମର୍ଥକ ମୁହାଁମୁହିଁ

1 min read

ପୁରୀ: ପୁଣି ଉମା-ସୁଜିତ ସମର୍ଥକ ମୁହାଁମୁହିଁ । ଟିକେଟ ବଦଳପରଠାରୁ ଉଭୟଙ୍କ ସମର୍ଥକଙ୍କ ମଧ୍ଯରେ ବାରମ୍ବାର ଗଣ୍ଡଗୋଳ ଓ ହିଂସାକାଣ୍ଡ ଘଟିବାରେ ଲାଗିଛି । ଗତକାଲି ପୁରୀ ଜିଲ୍ଲା କଂଗ୍ରେସ ଭବନରେ ଟିକେଟ ହରାଇଥିବା ସୁଜିତ ମହାପାତ୍ରଙ୍କ ସମର୍ଥକ ଭଙ୍ଗାରୁଜା କରିଥିବାବେଳେ ପରେ ଟିକେଟ ପାଇଥିବା ଉମାବଲ୍ଲଭ ରଥଙ୍କ ଉପରେ ଆକ୍ରମଣ ହୋଇଥିଲା । ଏଥିରେ ସୁଜିତଙ୍କ ସମର୍ଥକଙ୍କ ହାତ ଥିବା ନେଇ ଅଭିଯୋଗ ହୋଇଥିଲା । ଆଜି ପୁଣି ନୋମିନେସନ ବେଳେ ଉଭୟଙ୍କ ସମର୍ଥକ ମୁହାଁମୁହିଁ ହୋଇଛନ୍ତି । ଆଜି କଂଗ୍ରେସ ବିଧାୟକ ପାର୍ଥୀ ଉମା ବଲ୍ଲବ ରଥ ଓ ସ୍ୱାଧୀନ ପାର୍ଥୀ ସୁଜିତ ମହାପାତ୍ର ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରିବା ସମୟରେ ଗଣ୍ଡଗୋଳ ଦେଖାଦେଇଥିଲା l ସୁଜିତ ମହାପାତ୍ରଙ୍କ ଟିକେଟ କଟିବା ପରେ ସ୍ୱାଧୀନ ଭାବେ ଆଜି ଆସି ନାମାଙ୍କନ ପତ୍ର ଦାଖଲ କରିଥିଲେ l ସେପଟେ କଂଗ୍ରେସ ପାର୍ଥୀ ଉମାବଲ୍ଲଭ ରଥ ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିବା ଆସିବା ସମୟରେ ଉଭୟ ସମର୍ଥକ ମାନଙ୍କ ମଧ୍ୟରେ ଠେଲା ପେଲା ସହ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା ।