spot_img

Latest Posts

୨ଦିନ ପରେ ଗଛରୁ ଉଦ୍ଧାର ହେଲା ଭାଲୁ

ଉମରକୋଟ: ଦୀର୍ଘ ୩୦ ଘଣ୍ଟା ଗଛରେ ରହିବା ପରେ ଶେଷରେ ଗଛରୁ ଉଦ୍ଧାର ହେଲା ଭାଲୁ । ଉମରକୋଟ ଓ ନବରଙ୍ଗପୁର ବନ ବିଭାଗର ଦୀର୍ଘ ୩ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଗଛରୁ ଉଦ୍ଧାର ହେଲା ଭାଲୁ । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ନାୟକଗୁଡା ଗ୍ରାମରେ ଖାଦ୍ୟ ଅନ୍ୱେଷଣରେ ଆସି ଗଛରେ ଚଢ଼ି ଯାଇଥିବା ଭାଲୁକୁ ବନ ବିଭାଗ ଦ୍ୱାରା ଶେଷରେ ଟ୍ରାଙ୍କୁଲାଇଜର ବ୍ୟବହାର କରି ନିସ୍ତେଜ କରାଯାଇଥିଲା ଏବଂ ତଳକୁ ଖସାଯାଇଥିଲା ।

ବନ ବିଭାଗ ଏଥିପାଇଁ ଗତକାଲି ଠାରୁ ସମସ୍ତ ଚେଷ୍ଟା କରି ବିଫଳ ଥିଲା । ପୂର୍ବରୁ ଭାଲୁ ଚଢ଼ି ଥିବା ଗଛ ତଳେ ଥିବା ଲୋକଙ୍କୁ ଘଉଡ଼ାଇ ଗଛ ଚାରି ପାଖରୁ ଲୋକ ଗହଳି କମି ଗଲେ ଭାଲୁ ଗଛରୁ ଓହ୍ଲାଇ ଜଙ୍ଗଲକୁ ଚାଲିଯିବ ବୋଲି ବନ ବିଭାଗ ଉଦ୍ୟମ କରିଥିଲେ କିନ୍ତୁ ତାହା ବିଫଳ ହେବା ପରେ ଗଛ ତଳେ ଭାଲୁର ପ୍ରିୟ ଖାଦ୍ୟ ଦ୍ରବ୍ୟ ସବୁ ଦିଆଯାଇଥିଲା । କିନ୍ତୁ ଭାଲୁ ଗଛରୁ ତଳକୁ ଓହ୍ଲାଇ ନ ଥିଲା । ଆଜି ନବରଙ୍ଗପୁରରୁ ଏକ ସ୍ୱତନ୍ତ୍ର ଟିମ୍ ଆସି ଗଛ ଚାରି ପାଖରେ ନେଟ ବିଚ୍ଛାଇ ଜଗି ରହିଥିଲା ବନ ବିଭାଗର ଏକ ଟିମ । ଉଦ୍ଧାରକାରୀ ଟିମର ସଦସ୍ୟ ମାନେ ଭାଲୁକୁ ଟ୍ରାଙ୍କୁଲାଇଜ କରି ଭାଲୁକୁ ଗଛରୁ ଉଦ୍ଧାର କରାଯାଇଥିଲା । ଭାଲୁ ଅଚେତ ଅବସ୍ଥାରେ ଥିବାରୁ ଭାଲୁକୁ ବନ ବିଭାଗ ନିଜ ସହିତ ଏକ ଅଜଣା ସ୍ଥାନ ରେ ରଖିଛନ୍ତି । ଭାଲୁର ଚେତା ଫେରିବା ପରେ ଭାଲୁକୁ ଚିକିତ୍ସା କରି ଜଙ୍ଗଲ ଭିତରେ ଛାଡି ଦିଆଜିବ ବୋଲି ସୂଚନା ଦେଇଛି ବନ ବିଭାଗ ।

ଏଥିସହିତ ପଢ଼ନ୍ତୁ: ଶୀତ ପରେ ବର୍ଷା, ୨୬ ତାରିଖ ଯାଏଁ ରାଜ୍ୟରେ ବର୍ଷିବ

Latest Posts

Don't Miss