spot_img

Latest Posts

ରାଜ୍ୟ ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ୟୁଏନ୍ କଣ୍ଟ୍ରି ଡାଇରେକ୍ଟରଙ୍କ ପ୍ରଶଂସା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କଲେ ୟୁନାଇଟେଡ ନେସନ ଓ୍ୱାର୍ଲ୍ଡ ଫୁଡ କାର୍ଯ୍ୟକ୍ରମର କଣ୍ଟ୍ରି ଡାଇରେକ୍ଟର ବିଶ୍ୱ ପାରାଜୁଲି। ରାଜ୍ୟରେ ଖାଦ୍ୟକୁ ନେଇ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ହୋଇଛି । ରାଜ୍ୟ ସରକାର ଆପଣେଇ ଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ରାଜ୍ୟ ସରକାରଙ୍କ ସହଭାଗୀତାରେ ଆହୁରି ଅନେକ କାର୍ଯ୍ୟ ହାତକୁ ନିଆଯାଇଛି ବୋଲି କହିଛନ୍ତି ବିଶ୍ୱ ପାରାଜୁଲି ।

ଆଗାମୀ ଦିନରେ ରାଜ୍ୟକୁ କ୍ଷୁଦ୍ଧା ମୁକ୍ତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ସେହିପରି ରାଜ୍ୟରେ ଶିଶୁଙ୍କ ଅପପୃଷ୍ଟି ରୋକିବା ଦିଗରେ ରାଜ୍ୟ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଓଡିଶା ଏକ ଉଦାହରଣ ପାଲଟି ଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି ବିଶ୍ୱ ପାରାଜୁଲି। ଏହାସହ ରାଜ୍ୟର ପ୍ରତ୍ୟେକ ଶିଶୁଙ୍କ ପାଖରେ କିଭଳି ପୁଷ୍ଟିକର ଖାଦ୍ୟ ପହଞ୍ଚିବ ସେ ନେଇ ରାଜ୍ୟ ସରକାରଙ୍କ ସହ ମିଳିତ ଭାବରେ କାର୍ଯ୍ୟ କରାଯିବ ବୋଲି କହିଛନ୍ତି ।

ମିଶନଶକ୍ତି ରାଜ୍ୟର ମହିଳା ମାନଙ୍କୁ ସ୍ୱାବଲମ୍ୱୀ କରିବା ସହ ନୂଆ ଦିଶା ଦେଖାଇଛି। ଓ୍ୱାର୍ଲ୍ଡ ଫୁଡ ପ୍ରୋଗ୍ରାମ ରାଜ୍ୟ କୃଷି ବିଭାଗ ସହ ମଧ୍ୟ ଅନେକ ପ୍ରକଳ୍ପ କାମ କରୁଛି। ୧୯୭୨ ମସିହାରେ ବିଶ୍ୱରେ ଆରମ୍ଭ ହୋଇଥିବା ଓ୍ୱାର୍ଲ୍ଡ ଫୁଡ ପ୍ରୋଗ୍ରାମ ଚଳିତ ବର୍ଷ ୫୦ ତମ ଜୟନ୍ତୀ ପାଳନ କରିବାକୁ ଥିବା ବେଳେ ରୋମରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବା ପାଇଁ ଆମନ୍ତ୍ରିତ କରିଛନ୍ତି ଓ୍ୱାର୍ଲ୍ଡ ଫୁଡ କାର୍ଯ୍ୟକ୍ରମର କଣ୍ଟ୍ରି ନିର୍ଦ୍ଦେଶକ ।

 

Latest Posts

Don't Miss