ଋଣ ଭାର ସହି ନପାରି ଦମ୍ପତିଙ୍କ ଆତ୍ମହତ୍ୟା

1 min read

ଖୋର୍ଦ୍ଧା: ଋଣ ଭାର ସହି ନପାରି ଦମ୍ପତିଙ୍କ ଆତ୍ମହତ୍ୟା ଅଭିଯୋଗ । ଋଣ ଶୁଝିବା ପାଇଁ ଘରୋଇ ଫାଇନାନ୍ସ କମ୍ପାନି ଚାପ ପକାଇବା ଫଳରେ ବୃଦ୍ଧ ଦମ୍ପତି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଋଣ ଶୁଝି ନପାରି ଘରେ ରଶି ଲଗାଇ ଝୁଲି ପଡ଼ିଛନ୍ତି ସ୍ବାମୀ- ସ୍ତ୍ରୀ । ପୁରୀ ଜିଲ୍ଲା କଣାସ ବ୍ଲକ ଅଁଳାଯୋଡ଼ି ଉପରସାହି ଗାଁରେ ଏଭଳି ଘଟଣା ଘଟିଛି । ମୃତ ଦମ୍ପତି ହେଲେ ୫୮ ବର୍ଷୀୟ ବାନାମ୍ବର ବେହେରା ଓ ୫୩ ବର୍ଷୀୟା ବନିତା ବେହେରା ।

ଗତ ରାତିରେ ଫାଇନାନ୍ସ କମ୍ପାନୀର କର୍ମଚାରୀମାନେ କିସ୍ତି ଟଙ୍କା ପାଇଁ ତାଙ୍କ ଘରେ ପହଞ୍ଚିଥିଲେ । ବିଳମ୍ବିତ ରାତି ଯାଏ ପାଇଁ ଘରେ ବସି ରହିଥିଲେ । ଏବେ ଟଙ୍କା ନଥିବା ବୃଦ୍ଧ ଦମ୍ପତିଙ୍କ ଜଣାଇବା ପରେ ମଧ୍ୟ କର୍ମଚାରୀମାନେ ଯାଇ ନ ଥିଲେ । ଧମକ ଚମକ ଦେଇଥିବା ଅଭିଯୋଗ ହୋଇଛି । ଏହା ପରେ ଘର ଭିତରେ ସ୍ବାମୀ-ସ୍ତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଦମ୍ପତିଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ  ଖୋର୍ଦ୍ଧା ମେଡିକାଲ ପଠାଯାଇଛି ।