ହୋଲି ବଜାରରେ ଅଘଟଣ, ଟ୍ରକ୍ ଚାପାରେ ୮ ଜଣଙ୍କ ମୃତ୍ୟୁ

Uncontrolled Truck Crushes Footpath Shopkeepers In Nalanda Eight Killed

ପାଟଣା: ବିହାର ନାଳନ୍ଦା ଜିଲ୍ଲାରେ ରବିବାର ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପୋଲିସ ଏଏସଆଇଙ୍କ ସମେତ ୫୦ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣା ନାଳନ୍ଦା ଜିଲ୍ଲାର ତେଲହଡ଼ା ଥାନା ଅଞ୍ଚଳରେ ଘଟିଛି । ଦ୍ରୁତଗତିରେ ମାଡ଼ି ଆସୁଥିବା ଏକ ଟ୍ରକ୍ ରାସ୍ତାକଡ଼ ଦୋକନା ଉପରେ ମାଡ଼ି ଯାଇଛି । ଘଟଣାସ୍ଥଳରେ ୮ ଜଣଙ୍କର ମୃତ୍ୟୁ ହୋଇଛି ।

ଦୁର୍ଘଟଣା ପରେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲା । ଉତ୍ତ୍ୟକ୍ତ ଜନତା ପୋଲିସ ଉପରକୁ ଟେକା ପଥର ମାଡ଼ କରିବା ସହ ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଓ ଥାନା ପରିସରରେ ଥିବା ଅନ୍ୟ ଗାଡ଼ି ଗୁଡ଼ିକରେ ନିଆଁ ଲଗାଇ ଦେଇଛନ୍ତି । ଏପରିକି ଆମ୍ବୁଲାନ୍ସ ଉପରେ ଢ଼େଲା ମାଡ଼ କରିଛନ୍ତି ଉତ୍ତ୍ୟକ୍ତ ଲୋକ ।

ଟ୍ରକଟି ଜହାନାବାଦରୁ ନାଳନ୍ଦା ଅଭିମୁଖେ ଆସୁଥିଲା । ଥାନା ଗେଟ୍ ନିକଟରେ ଟ୍ରକ୍ ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନ ଉପରକୁ ମାଡ଼ି ଯାଇଥିଲା । ହୋଲି ପାଇଁ ରଙ୍ଗ କିଣୁଥିବା ଗ୍ରାହକଙ୍କ ସହ ଅନେକ ଦୋକାନୀ ମୃତାହତ ହୋଇଛନ୍ତି । ଘଟଣା ପରେ ସେଠାରେ ଚାପା ଉତ୍ତେଜନା ପ୍ରକାଶ ପାଇଛି ।

Leave a Reply