Budget 2021: କେନ୍ଦ୍ର ଅର୍ଥମନ୍ତ୍ରୀ କହିଲେ, କଠିନ ପରିସ୍ଥିତିରେ ପ୍ରସ୍ତୁତ ହୋଇଛି ବଜେଟ୍‌

1 min read

ନୂଆଦିଲ୍ଲୀ: ସଂସଦରେ ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ । କହିଲେ,‌ କଠିନ ପରିସ୍ଥିତିରେ ବଜେଟ ପ୍ରସ୍ତୁତ ହୋଇଛି । ପୂର୍ବରୁ ଏଭଳି ପରିସ୍ଥିତି ଦେଖି ନ ଥିଲା ବିଶ୍ୱ । ଲକଡାଉନ ନ ହୋଇଥିଲେ ସ୍ଥିତି ବିଗିଡ଼ିଥାନ୍ତା । ପରିସ୍ଥିତିକୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍‌ କରାଗଲା । ତେଣୁ ଏଭଳି କଠିନ ପରିସ୍ଥିତି ଉପୁଜିଛି ।

ତେବେ ଏଭଳି କୋରୋନା ପରିସ୍ଥିତିରେ ଆତ୍ମନିର୍ଭର ପ୍ୟାକେଜ PMGKY ୨.୭୬ ଲକ୍ଷ କୋଟି ଟଙ୍କାର ଆବଣ୍ଟନ କରାଯାଇଛି । ମୋଟ ଆତ୍ମନିର୍ଭର ଭାରତ ପ୍ୟାକେଜ ୨୭.୧ ଲକ୍ଷ କୋଟି ଟଙ୍କା । ଜିଡିପିର ୧୩% ଆତ୍ମନିର୍ଭର ଭାରତ ପ୍ୟାକେଜ୍‌ ।

ଏଭଳି ଆର୍ଥିକ ମାନ୍ଦାବସ୍ଥାର ଆଶା ନ ଥିଲା । ୮୦ କୋଟି ଲୋକଙ୍କୁ ଦିଆଯାଇଛି ମାଗଣା ଖାଦ୍ୟ । ୨୦୨୧ରେ ନିଆଯିବ ନୂଆ ପଦକ୍ଷେପ ବୋଲି କହିଛନ୍ତି ସୀତାରମଣ ।

ସୂଚନାଯୋଗ୍ୟ, ବର୍ଷ ୨୦୨୧-୨୨ର ବଜେଟ ଉପସ୍ଥାପନ କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତୃତୀୟ ଥର ପାଇଁ ସଂସଦରେ ବଜେଟ ଆଣୁଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ  ଛଳିତ ବର୍ଷ ପେପରଲେସ ବଜେଟ ଆଣିଛନ୍ତି । ଚଳିତ ବର୍ଷର ସାଧାରଣ ବଜେଟକୁ ନେଇ ଉତ୍ସୁକତା ରହିଥିବା ବେଳେ, ଦେଶବାସୀଙ୍କ ଆଗରେ ବଜେଟ ପେଡି ଖୋଲିଛନ୍ତି ଅର୍ଥମନ୍ତ୍ରୀ ।

Leave a Reply