ଓଡ଼ିଶାର ଲୋକକଳା, ସଂସ୍କୃତି ଓ ଐତିହ୍ୟ ସ୍ୱତନ୍ତ୍ର : ଶାହ

କଟକ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡିଆ ଦୈନିକ ଖବରକାଗଜ ପ୍ରଜାତନ୍ତ୍ରର ୭୫ ବର୍ଷ ପୂର୍ତ୍ତି ଉତ୍ସବରେ ସାମିଲ ହୋଇଥିଲେ । ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କୁ ମନେପକାଇବା ସହ ସ୍ବାଧୀନତାରେ ହରେକୃଷ୍ଣ ମହତାବଙ୍କ ଅବଦାନ ବର୍ଣ୍ଣନା କରିବା ସହ ପ୍ରଜାତନ୍ତ୍ରର ଗୁରୁତ୍ବ ଉପରେ କହିଥିଲେ । ହରେକୃଷ୍ଣ ମହତାବଙ୍କ ନିର୍ମିତ ରାସ୍ତାରେ ବଢ଼ି ୭୫ ବର୍ଷ ଧରି ଆଗେଇ ଚାଲିଛି ପ୍ରଜାତନ୍ତ୍ର ।

ଏହି ଅବସରରେ ଓଡ଼ିଶା ପାଇଁ ଅଚ୍ଛେଦିନ ଆସିଛି ବୋଲି କହିଛନ୍ତି ଶାହ । ଏବେ ଏକାଠି ମିଶି ବିକାଶ ଦିଗରେ କାର୍ଯ୍ୟ କରିବା ଆବଶ୍ୟକ । ଓଡ଼ିଶା ମାଟିରେ ଜନ୍ମ ହୋଇଥିବା ଦ୍ରୌପଦୀ ମୁର୍ମୁ ଆଜି ଦେଶର ମହାମହିମ ରାଷ୍ଟ୍ରପତି । ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରରେ ଶିକ୍ଷାମନ୍ତ୍ରୀ ହୋଇଛନ୍ତି । ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ମଧ୍ୟ ଓଡିଶାର । ରେଳବାଇ ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ମଧ୍ୟ ଓଡିଶାରୁ ରହିଛନ୍ତି । ସ୍ୱାଧିନତା ପରଠୁ ଆଜି ସବୁଠୁ ଅଧିକ ଓଡ଼ାଆ ବର୍ତ୍ତମାନ ସମୟରେ ପ୍ରତିନିଧିତ୍ୱ କରୁଛନ୍ତି ।

ଏହା ସାରା ଦେଶରେ ଆଦିବାସୀ ଓ ଗରିବ ପାଇଁ ଗର୍ବର କଥା ବୋଲି ସେ କହିଛନ୍ତି । ଖଣିଜ ସମ୍ପଦରେ ଭରି ରହିଛି ଓଡ଼ିଶା ମାଟି । ଆଗାମୀ ଦିନରେ ଓଡ଼ିଶା ମାଟିର ଉଜ୍ବଳ ଭବିଷ୍ୟତ ଦେଖିପାରୁଥିବା ଅମିତ ଶାହ କହିଛନ୍ତି । ଯେତବେଳେ ବି ଓଡ଼ିଶା ଗସ୍ତରେ ଆସେ ପ୍ରଥମେ ମହାପ୍ରଭୁଙ୍କୁ ପ୍ରଣାମ କରିବା ପରେ ଓଡିଶାରେ ପାଦ ରଖିଥାଏ । ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ଜଗନ୍ନାଥ ସଭିଙ୍କୁ ଗୋଟିଏ ସୂତ୍ରରେ ଯୋଡୁଛନ୍ତି ।  ଓଡ଼ିଶାର ଲୋକକଳା, ସଂସ୍କୃତି ଓ ଐତିହ୍ୟ ଅନନ୍ୟ ବୋଲି କହିଛନ୍ତି ଶାହ ।