ସ୍ପର୍ଶକାତର ପ୍ରସଙ୍ଗରେ ରାଜନୀତି ନ କରନ୍ତୁ କେନ୍ଦ୍ରମନ୍ତ୍ରୀ: ବିଜେଡି

1 min read

ଭୁବନେଶ୍ୱର: ସମ୍ବଲପୁରରେ ଅଶାନ୍ତି ପ୍ରସଙ୍ଗ । ଶାନ୍ତି ଓ ସୌହାର୍ଦ୍ଦ୍ୟ ବଦଳରେ ଏହାକୁ ନଷ୍ଟ ଲାଗି କେନ୍ଦ୍ରମନ୍ତ୍ରୀ କରୁଛନ୍ତି ହୀନ ଉଦ୍ୟମ । ଶାନ୍ତି ସୌହାର୍ଦ୍ଦ୍ୟ ରକ୍ଷା କରିବା ସମସ୍ତଙ୍କ ଦାୟିତ୍ୱ । ସ୍ପର୍ଶକାତର ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ରାଜନୀତି ନକରନ୍ତୁ ବୋଲି କହିଛି ବିଜେଡି । ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି- କର୍ଣ୍ଣାଟକ, ଉତ୍ତରପ୍ରଦେଶ ଆଦି ବିଜେପି ଶାସିତ ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ଚିନ୍ତାଜନକ । ହେଲେ ବିଜେପିର ମନ୍ତ୍ରୀ ଓଡ଼ିଶା ପରି ଶାନ୍ତିପ୍ରିୟ ରାଜ୍ୟକୁ ନେଇ ନାନା ଦାୟିତ୍ୱହୀନ ଟିପ୍ପଣୀ ଦେଉଛନ୍ତି । ରାଜ୍ୟବାସୀଙ୍କୁ କେନ୍ଦ୍ରମନ୍ତ୍ରୀ ଆଇନହୀନ ବ୍ୟକ୍ତି କହିବା ଦୁର୍ଭାଗ୍ୟଜନକ । ସାମ୍ବିଧାନିକ ପଦବୀରେ ଥାଇ ଏଭଳି  ବିବାଦୀୟ ମନ୍ତବ୍ୟ ଦୁର୍ଭାଗ୍ୟଜନକ । ସ୍ବାଭାବିକ ସ୍ଥିତି ଫେରାଇ ଆଣିବା ଲାଗି ଉଦ୍ୟମ କରାଯାଉଛି ବୋଲି କହିଛନ୍ତି ଶ୍ରୀମୟୀ ମିଶ୍ର ।