କେମିତି ହୋଇଥିଲା ଗୋବର୍ଦ୍ଧନ ଅସରାନିଙ୍କ ପ୍ରେମ ? ଜାଣନ୍ତୁ ତାଙ୍କ ପରିବାର ସମ୍ପର୍କରେ କିଛି ଅଜଣା କଥା

ନନ୍ଦିଘୋଷ ବ୍ୟୁରୋ: ବଲିଉଡର ଜଣାଶୁଣା ହାସ୍ୟ ଅଭିନେତା ଗୋବର୍ଦ୍ଧନ ଅସରାନିଙ୍କ ପରଲୋକ ଘଟିଛି । ଗତକାଲି ଅର୍ଥାତ ଅକ୍ଟୋବର ୨୦ରେ ତାଙ୍କ ପରଲୋକ ଘଟିଛି । ୮୪ ବର୍ଷ ବୟସରେ ତାଙ୍କର ନିଧନ ଘଟିଥିବାବେଳେ ତାଙ୍କ ପରିବାର ସମ୍ପର୍କରେ ଜାଣିବା ପାଇଁ ସମସ୍ତେ ଚାହାଁନ୍ତି । ତେବେ ତାଙ୍କ ପରିବାର ସବୁବେଳେ ଗଣମାଧ୍ୟମଠାରୁ ଦୂରେଇ ରହିଛନ୍ତି । ଯଦି ଆମେ ତାଙ୍କ ପତ୍ନୀଙ୍କ କଥା କହିବା କି ସେ ହେଉଛନ୍ତି ମଞ୍ଜୁ । ସେ ମଧ୍ୟ ବଲିଉଡର ଅନେକ ହିଟ୍ ଫିଲ୍ମରେ ଅଭିନୟ କରିଛନ୍ତି । କାବିଲ, ଉଧର କା ସିନ୍ଦୂର, ତପସ୍ୟା ଏବଂ ଚୋର ସିପାହୀ ଭଳି ହିଟ୍ ଫିଲ୍ମରେ ନଜର ଆସିଛନ୍ତି । ଆଉ ଏହି ଫିଲ୍ମ ସେଟରୁ ହିଁ ଉଭୟଙ୍କ ପ୍ରେମ ଆଉ ପ୍ରେମ ଶେଷରେ ବିବାହର ରୂପ ନେଇଛି । ଆଜ କି ତାଜା ଖବର ଫିଲ୍ମର ସେଟରୁ ଉଭୟଙ୍କ ବନ୍ଧୁତା ଆରମ୍ଭ ହୋଇଥିଲା । ପରେ ନମକ ହରାମ ଫିଲ୍ମରେ ସେଟେ ଉଭୟ ପ୍ରେମରେ ପଡ଼ି ଯାଇଥିଲେ । ୧୯୭୦ ଏବଂ ୮୦ ଦଶକରେ ବହୁ ହିଟ ଫିଲ୍ମରେ ମଞ୍ଜୁ ମଧ୍ୟ ନଜର ଆସୁଥିଲେ । ତେବେ ଉଭୟ ବିବାହ କରିବା ପରେ ସବୁବେଳେ ଗଣମାଧ୍ୟମଠାରୁ ଦୂରରେ ରହି ଆସିଛନ୍ତି । ଏପରିକି ୧୯୯୦ ପରେ ମଞ୍ଜୁ ଆଉ ପରଦାରେ ନଜର ଆସିନାହାନ୍ତି । ଯଦିଓ ସେ ଫିଲ୍ମ ଜଗତ ସହ ଜଡ଼ିତ ଥିଲେ ତଥାପି ପରଦା ଆଗରେ ନୁହେଁ ପଛରେ ରହିଥିଲେ । ସେ ନିର୍ଦ୍ଦେଶନା ଦେଉଥିଲେ ।

ତେବେ ଆମେ ଯଦି ତାଙ୍କର ସନ୍ତାନଙ୍କ କଥା କହିବା ତାହେଲେ ଜଣେ ପୁଅ ରହିଥିବା କୁହାଯାଉଛି । ୩୫୦ରୁ ଅଧିକ ଫିଲ୍ମରେ ନଜର ଆସିଛନ୍ତି ଅସରାନି । ସୋଲେ ଫିଲ୍ମରେ ଜେଲର ଭୂମିକାରେ ଅଭିନୟ କରି ଅନେକ ପ୍ରଂଶସା ସାଉଣ୍ଟିଛନ୍ତି । ତାଙ୍କର ଜୀବନ୍ତ ଅଭିନୟ ଦର୍ଶକଙ୍କୁ ସବୁବେଳେ ହସାଇ ହସାଇ ବେଦମ କରିଥାଏ ।