ଆଜି ଅନଲକ ୨.୦ ରେ ଲକଡାଉନ ଦ୍ୱିତୀୟ ସପ୍ତାହର ପ୍ରଥମ ଦିନ… ରାସ୍ତାଘାଟ ଖାଁ ଖାଁ, ଦୋକାନ ବଜାର

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ଆରୋଗ୍ୟ ଖବର ବଢିବା ସହ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଗୋଟିଏ ପଟେ ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଥିବା ବେଳେ ଅନ୍ୟପଟେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି । ସେଥିପାଇଁ ସପ୍ତାହରେ ଶନିବାର ଓ ରବିବାରକୁ ସଟଡାଉନ୍ ଘୋଷଣା କରାଯାଇଛି । ଆଜି ଅନଲକ ୨.୦ରେ ଲକଡାଉନ ଦ୍ୱିତୀୟ ସପ୍ତାହର ପ୍ରଥମ ଦିନ । ରାସ୍ତାଘାଟ ଖାଁ ଖାଁ, ଦୋକାନ ବଜାର ସବୁ ବନ୍ଦ ରହିଛି । କରୋନା ସ୍ଥିତିକୁ ଦେଖି ରାଜ୍ୟର ୧୬ରୁ ଅଧିକ ଜିଲ୍ଲାରେ ଏହି ସଟଡାଉନ୍ ଜାରି ହୋଇଛି । କେବଳ ଔଷଧ ଦୋକାନକୁ ଛାଡିଦେଲେ ବାକି ସବୁ ଦୋକାନ ବନ୍ଦ ରହିଛି ।

ବିଭିନ୍ନ ସ୍ଥାନରେ ପୋଲିସ୍ ପ୍ରହରା ଥିବାବେଳେ ଜରୁରୀ କାମଥିଲେ ଲୋକେ ପଦାକୁ ବାହାରୁଛନ୍ତି । ଯେଉଁମାନେ ବାହାରକୁ ଯାଉଛନ୍ତି ସେମାନଙ୍କ ପାସ୍ କିମ୍ବା କାର୍ଡ ଦେଖି ପୋଲିସ୍ ସେମାନଙ୍କୁ ଯିବାକୁ ସୁଯୋଗ ଦେଉଛି । ସେପଟେ କରୋନା ସ୍ଥିତିକୁ ଦେଖି ଆଜିଠାରୁ ଭୁବନେଶ୍ୱର ପୋଲିସ ସେବା ଭବନକୁ ବନ୍ଦ ରଖାଯାଇଛି । ସୁରକ୍ଷା ଦୃଷ୍ଟିରୁ ୧୩ ଜୁଲାଇ ଯାଏଁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ପୂରା ବିଲ୍ଡିଂକୁ ସାନିଟାଇଜ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।

ଅନଲକ ୨.୦ରେ  ଲକଡାଉନ ପ୍ରଥମ ସପ୍ତାହର ସଟଡାଉନ ସମୟରେ ନିୟମ କଡାକଡି ଥିଲା । ଏକାଠି ହୋଇ ଖଟି କରିବା କିଛି ଜଣଙ୍କୁ ମହଙ୍ଗା ପଡିଲା। ଜୟଦେବ ଭବନ ନିକଟରେ ଥିବା ଓମଫେଡ୍ ବୁଥ ସମ୍ମୁଖରେ ସଟଡାଉନ କଟକଣା ମାନିନଥିବା ଅଭିଯୋଗରେ ୯ ଜଣଙ୍କ ଠାରୁ ଜୋରିମାନା  ମଧ୍ୟ ଆଦାୟ କରିଥିଲା କ୍ୟାପିଟାଲ ଥାନା ପୋଲିସ । ସେପଟେ ରାଜଧାନୀରେ ବୃଦ୍ଧି ପାଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଅଗ୍ନିଶମ ବିଭାଗ ପକ୍ଷରୁ ଜାରିରହିଛି ବିଶୋଧନ ପ୍ରକ୍ରିୟା ।

Leave a Reply