spot_img

Latest Posts

ଉନ୍ନାଓ ଗଣଦୁଷ୍କର୍ମ ମାମଲାରେ ପୂର୍ବତନ ବିଧାୟକଙ୍କ ଜାମିନକୁ ବିରୋଧ, ଦିଲ୍ଲୀ ହାଇକୋର୍ଟ ଆଗରେ ବିକ୍ଷୋଭ

ଉନ୍ନାଓ ଗଣଦୁଷ୍କର୍ମ ମାମଲାରେ ପୂର୍ବତନ ବିଧାୟକଙ୍କ ଜାମିନକୁ ବିରୋଧ, ଦିଲ୍ଲୀ ହାଇକୋର୍ଟ ଆଗରେ ବିକ୍ଷୋଭ

ନନ୍ଦିଘୋଷ ବ୍ୟୁରୋ: ବହୁଚର୍ଚ୍ଚିତ ଉନ୍ନାଓ ଗଣଦୁଷ୍କର୍ମ ମାମଲାରେ ପୂର୍ବତନ ବିଧାୟକ କୁଲଦୀପ ସେଙ୍ଗାରଙ୍କ ଜାମିନକୁ ବିରୋଧ କରି ଦିଲ୍ଲୀ ହାଇକୋର୍ଟ ନିକଟରେ ବିରୋଧ ପ୍ରଦର୍ଶନ । ଜନବାଦୀ ମହିଳା ମୋର୍ଚ୍ଚା ପକ୍ଷରୁ ଏହି ବିରୋଧ ପ୍ରଦର୍ଶନ କରାଯାଇଛି । ଅଭିଯୁକ୍ତଙ୍କ ଜାମିନ ରଦ୍ଦ ସହ ଘଟଣାର ଉପଯୁକ୍ତ ତଦନ୍ତ ଦାବି କରାଯାଇଛି ।

ଦିଲ୍ଲୀବାସୀ ବାହାରେ ବୁଲୁଥିବା କୁକୁରଙ୍କ ପ୍ରତି ଯେତିକି ଭୟବିତ ନୁହଁନ୍ତି, ଦୁଷ୍କର୍ମକାରୀଙ୍କୁ ସେତିକି ଭୟ କରୁଛନ୍ତି । ସହରରେ ଖୋଲାଖୋଲି ଭାବେ ଜହ୍ଲାଦ ବୁଲୁଛନ୍ତି । ନାରୀଙ୍କୁ ନ୍ୟାୟ ସହ ସୁରକ୍ଷା ଦରକାର । ଉନ୍ନାଓ ପୀଡିତାଙ୍କ ବାପା ଓ ଭାଇକୁ ବି ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପ୍ରଦର୍ଶନକାରୀ ।

୨୦୧୭ ଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ବିଜେପିର ପୂର୍ବତନ ବିଧାୟକ କୁଳଦୀପ ସିଂ ସେଙ୍ଗାରଙ୍କୁ ଦିଲ୍ଲୀ ହାଇକୋର୍ଟ ଖଲାସ କରିଛନ୍ତି । ୨୦୧୯ରେ ଦୁଷ୍କର୍ମ ଅଭିଯୋଗରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଏହାସହ ପୋଲିସ ହେପାଜତରେ ଥିବାବେଳେ ପୀଡ଼ିତାଙ୍କ ବାପାଙ୍କ ମୃତ୍ୟୁ ଘଟଣାରେ ବି ଅଭିଯୁକ୍ତ ଥିଲେ ସେଙ୍ଗାର । ଗତ ୨୩ରେ ଦିଲ୍ଲୀ ହାଇକୋର୍ଟ ସେଙ୍ଗାରଙ୍କ ଆଜୀବନ କାରା ଦଣ୍ଡାଦେଶକୁ ରଦ୍ଦ କରିବା ସହ ତାଙ୍କୁ ଜାମିନ ପ୍ରଦାନ କରିଥିଲେ । ୧୫ ଲକ୍ଷ ଟଙ୍କାର ବଣ୍ଡ, କେବଳ ଦିଲ୍ଲୀରେ ରହିବା, ପୀଡ଼ିତାଙ୍କ ଘରରୁ ୫ କିଲୋମିଟର ସୀମା ଭିତରେ ପ୍ରବେଶ ନ କରିବା, ତାଙ୍କ ପରିବାରକୁ ଧମକ ନଦେବା ଆଦି ସର୍ତ୍ତରେ ସେଙ୍ଗାରଙ୍କୁ ଖଲାସ କରାଯାଇଛି ।

Latest Posts

Don't Miss