ଡ୍ୟାମେଜ୍ କଣ୍ଟ୍ରୋଲରେ ଲାଗି ପଡ଼ିଛନ୍ତି ଯୋଗୀ ସରକାର, ୨୦୨୨ ନିର୍ବାଚନ ପାଇଁ ପ୍ଲାନିଂ

1 min read
UP Assembly Elction 2022 BJP Yogi Adityanath Govt Trying To Damage Control

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଏବେଠୁ ରାଜନୀତିକ ଉଷ୍ଣତା ବାରି ହେଇ ପଡ଼ୁଛି । ଯୋଗୀ ସରକାର ଓ ବିଜେପି ସଂଗଠନ ୨୦୨୨ ନିର୍ବାଚନ ପାଇଁ ଗୋଟି ଚାଳନା ଆରମ୍ଭ କରି ଦେଲେଣି । ଯେଉଁଥିପାଇଁ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନିଆଯାଉଛି । କାର୍ଯ୍ୟକର୍ତ୍ତାଙ୍କୁ ଉତ୍ସାହିତ କରିବା ପାଇଁ ଓ ମନୋଳ ବଢ଼ାଇବା ଲାଗି ବିଜେପି ନେତୃତ୍ତ୍ୱ କାର୍ଯ୍ୟକୁ ତୀବ୍ର କରିଛନ୍ତି । ଯୋଗୀ ସରକାର ନିଗମ, ଆୟୋଗ, ବୋର୍ଡରେ ଖାଲିଥିବା ପଦରେ ରାଜନୀତିକ ନିଯୁକ୍ତି ଆରମ୍ଭ କରିଛନ୍ତି । ୟୁପି ବିଜେପି ଅଧ୍ୟକ୍ଷ ସ୍ୱତନ୍ତ୍ର ଦେବ ସିଂହ କରୋନା ପୀଡ଼ିତ କାର୍ଯ୍ୟକର୍ତ୍ତାଙ୍କ ଘରେ ପହଞ୍ଚି ସମବେଦନା ଜଣାଉଛନ୍ତି ।

ଉତ୍ତରପ୍ରଦେଶରେ ୭ ମାସ ଭିତରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦେଖି ଯୋଗୀ ସରକାର କାର୍ଯ୍ୟକର୍ତ୍ତା ଓ ନେତାଙ୍କୁ ଖୁସି କରିବାରେ ଲାଗିଛନ୍ତି । ସରକାରୀ ପଦରେ ନିଯୁକ୍ତି ଲାଗି ଜିଲ୍ଲାରୁ ନାଁ ମଧ୍ୟ ମଗାଯାଉଛି । ଏଭଳି ଭାବେ ନିର୍ବାଚନ ପୂର୍ବରୁ ବିଜେପି କାର୍ଯ୍ୟକର୍ତ୍ତା ଓ ନେତାଙ୍କ ମନୋବଳ ବୃଦ୍ଧି ପାଇଁ ପ୍ରୟାସ କରୁଛି ।

UP Assembly Elction 2022 BJP Yogi Adityanath Govt Trying To Damage Control

ୟୁପିରେ ପ୍ରାଥମିକ ଓ କନିଷ୍ଠ ଶିକ୍ଷକଙ୍କ ସଂଖ୍ୟା ବେଶୀ ରହିଛି । ଯେଉଁମାନଙ୍କ ସରକାର ଗଠନ ଓ ନଷ୍ଟର କ୍ଷମତା ରହିଛି । ବିଗତ ଦିନରେ ପଞ୍ଚାୟତ ନିର୍ବାଚନ ବେଳେ କାର୍ଯ୍ୟରତ ଶିକ୍ଷକ ମଧ୍ୟରୁ ଏକାଧିକ କରୋନା ପୀଡ଼ିତ ହୋଇ ଜୀବନ ହାରିଥିଲେ । ଏହାକୁ ନେଇ ଶିକ୍ଷକଙ୍କ ମଧ୍ୟରେ ଅସନ୍ତୋଷ ଥିବାବେଳେ ଯୋଗୀ ସରକାର ମଳିନ ଛବିକୁ ସଜାଡ଼ିବାରେ ଲାଗି ପଡ଼ିଛନ୍ତି । ମୃତ୍ୟୁବରଣ କରିଥିବା ଶିକ୍ଷକଙ୍କ ପରିବାରକୁ ୩୦ ଲକ୍ଷ ଲେଖାଏଁ ଆର୍ଥିକ ସହାୟତା ସହ ପରିବାରର ଜଣଙ୍କୁ ଚାକିରି ଦେବା ଲାଗି ନିଷ୍ପତ୍ତି ନେଇଛନ୍ତି ।

ସେହିଭଳି ଯୋଗୀ ସରକାର ରାଜ୍ୟରେ ଖାଲି ପଡ଼ିଥିବା ଶିକ୍ଷକ ପଦରେ ଭର୍ତ୍ତି ପାଇଁ ନେଇଛନ୍ତି ପଦକ୍ଷେପ । UPTET ସାର୍ଟିଫିକେଟ ଆଜୀବନ ବୈଧ ନେଇ ନିଷ୍ପତ୍ତି ନିଆଯାଇଛି । ଶିକ୍ଷକ ଭର୍ତ୍ତି ନେଇ ଯୋଗୀ ସରକାରର ଏଭଳି ପଦକ୍ଷେପ ଡ୍ୟାମେଜ୍ କଣ୍ଟ୍ରୋଲ ଛଡ଼ା ଆଉ କିଛି ନୁହେଁ ବୋଲି ଆଲୋଚନା ହେଉଛି । ଥରେ କ୍ୱାଲିଫାଏ ହେବା ପରେ ପୁଣିଥରେ ପରୀକ୍ଷା ଦେବାର ଆବଶ୍ୟକତା ନାହିଁ । ପୂର୍ବରୁ UPTET ସାର୍ଟିଫିକେଟ ୫ ବର୍ଷ ପାଇଁ ବୈଧ ଥିଲା ।

Leave a Reply