ପ୍ରେମିକାର ପରିବାର ଦେଲେ ଏଭଳି ଦଣ୍ଡ, ସୋସିଆଲ ମିଡିଆରେ କଲେ ଭାଇରାଲ
ଲକ୍ଷ୍ନୌ: ପ୍ରେମିକାକୁ ଲୁଚିଛପି ଭେଟିବା ପଡିଲା ମହଙ୍ଗା । ପ୍ରେମିକାକୁ ଭେଟିବାକୁ ଆସିଥିବା ଯୁବକକୁ ମାଡି ବସିଲେ ଗ୍ରାମବାସୀ । ପ୍ରେମିକାର ପରିବାର ଲୋକେ ନିଜ ସମାଜକୁ ଏକତ୍ରିତ କରି ଉଭୟଙ୍କ ଜୋର ଜବରଦସ୍ତ ବିବାହ କରିଦେଇଛନ୍ତି । ଦୁହିଁଙ୍କ ବିବାହର ଭିଡିଓ କରି ପରିବାର ଲୋକେ ସୋସିଆଲ ମିଡିଆରେ ପୋଷ୍ଟ ମଧ୍ୟ କରିଛନ୍ତି ।
ଯୁବକଙ୍କ ପରିବାର ଲୋକେ ଘଟଣା ସମ୍ପର୍କରେ ଜାଣିଥିଲେ ମଧ୍ୟ ସେମାନେ ଜାଣିଶୁଣି ଝିଅ ଘରକୁ ଆସିନଥିଲେ । ଏହାପରେ ଝିଅର ପରିବାର ଜୋର ଜବରଦସ୍ତ ପୁଅ ସହ ତା ଗାଁ ନୁରପୁର ପଠାଇ ଦେଇଥିଲେ । କିନ୍ତୁ ଉଭୟ ପକ୍ଷରୁ ଥାନାରେ ମାମଲା ରୁଜୁ ହୋଇ ନାହିଁ । ଚୁର୍ଖି ଥାନା ମଲଥୁଆ ଗାଁରେ ଏହି ଘଟଣା ଘଟିଛି । ଘଟଣାରୁ ଜାମିବାକୁ ମିଳିଛି ଯେ ଚୁର୍ଖି ଥାନା ନୁରପୁର ଗାଁର ୨୦ ବର୍ଷୀୟ ଗୁଲାବ ଦୀର୍ଘଦିନ ଧରି ମଲଥୁଆ ଗାଁ ଗଜରାଜ ସିଂ ଚନ୍ଦେଲଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ ।
ଗୁଲାବ ଦିଲ୍ଲୀରେ ଏକ କମ୍ପାନୀରେ ଚାକିରି କରୁଛି । ସେ କିଛି ଦିନ ପୂର୍ବରୁ ନିଜ ଗାଁକୁ ଆସିଥିଲା । ଏହି ସମୟରେ ସମ୍ପର୍କୀୟଙ୍କ ଝିଅ ପ୍ରାଂଶୁ ସହ ଲଗାତାର କଥାବାର୍ତ୍ତା ହେଉଥିଲେ । ପ୍ରାଶୁଂକୁ ବିବାହ କରିବା ପାଇଁ ଗୁଲାବ ତା ଘରେ କହିଥିଲା ସତ । କିନ୍ତୁ ଏଥିରେ କେହି ରାଜି ହୋଇନଥିଲେ । ଏହା ପରେ ଶୁକ୍ରବାର ସକାଳେ ଗୁଲାବ ପ୍ରାଂଶୁକୁ ଭେଟିବାକୁ ତା ଗାଁକୁ ଯାଇଥିଲା । ପ୍ରାଂଶୁର ଘର ଲୋକେ ଏହା ଜାଣି ପାରି ଗୁଲାବକୁ ଘେରି ଯାଇଥିଲେ । ଏହାପରେ ଉଭୟଙ୍କ ଜୋର ଜବରଦସ୍ତ ବିବାହ କରାଇଥିଲେ ପରିବାର ଲୋକେ ।