ଫ୍ୟାନ୍ସଙ୍କୁ କ୍ଷମା ମାଗିଲେ, ଆଉ ଛୋଟ ଡ୍ରେସ ପିନ୍ଧିବେନି ଉର୍ଫି ଜାବେଦ ! 

1 min read

ମୁମ୍ବାଇ: ବୋଲ୍ଡ ଲୁକ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ଅଭିନେତ୍ରୀ ଉର୍ଫି ଜାବେଦ । ନିଜ ଲୁକକୁ ନେଇ ସବୁବେଳେ ଏକ୍ସପେରିମେଂଟ କରୁଥିବା ଉର୍ଫି ଏବେ ଏକ ବଡ ନିଷ୍ପତି ନେଇଛନ୍ତି। ଆଉ ଛୋଟ ଡ୍ରେସ ପିନ୍ଧିବେନି ଉର୍ଫି । ଉର୍ଫିଙ୍କ ଫ୍ୟାନ୍ସଙ୍କ ପାଇଁ ଏହ ନିଶ୍ଚିତ ଭାବେ ଏକ ବଡ ଖବର। ଅଜବ ଗଜବ ଷ୍ଟାଇଲର ଡ୍ରେସରେ ଆଉ ନଜର ଆସିବେନି ଉର୍ଫି। ନୂଆ ଲୁକରେ ଏବେ ଉର୍ଫି ନଜର ଆସିବେ । ଏକଥା ଆମେ କହୁନୁ ବରଂ ଉର୍ଫି ନିଜେ ଏହି କଥା କହିଛନ୍ତି। ଛୋଟ ଡ୍ରେସ୍ ପିନ୍ଧୁଥିବା ନେଇ ଫ୍ୟାନ୍ସଙ୍କୁ କ୍ଷମାପ୍ରାର୍ଥନା କରିଛନ୍ତି। ସେ ନିଜ ପୋଷାକକୁ ନେଇ ଅନେକଥର ଟ୍ରୋଲର ଶିକାର ହୋଇସାରିଛନ୍ତି । ସର୍ବଦା ନିଜ ଡେସିଂ ସେନ୍ସକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ଉର୍ଫି ।

ନିଜର ବୋଲ୍ଡ ଲୁକ୍ ପାଇଁ ଉର୍ଫି ନିଜର କପଡା ସହ ଅନେକ ପରୀକ୍ଷଣ କରିଥାନ୍ତି । ଅଜବଗଜବ ଡ୍ରେସ୍ ପିନ୍ଧି ସମସ୍ତଙ୍କ ନଜରକୁ ଆସିଯାନ୍ତି । ସୋସିଆଲ ମିଡିଆରେ ଫ୍ୟାନ୍ସମାନଙ୍କ ସହ ନିଜର ଫଟୋ, ଭିଡିଓ ମଧ୍ୟ ସେୟାର କରି ଟ୍ରୋଲର ସିକାର ହୋଇଥାନ୍ତି। ତାଙ୍କ ପୋଷାକ ହେତୁ ଉର୍ଫି ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଲୋକଙ୍କ ଟାର୍ଗେଟରେ ଆସି ସାରିଛନ୍ତି । ଲୋକମାନେ ତାଙ୍କ ଭିଡିଓ ଏବଂ ଫୋଟରେ ଅଶ୍ଳୀଳ ମନ୍ତବ୍ୟ ମଧ୍ୟ ଦେଇଥାନ୍ତି। କେବଳ ସାଧାରଣ ଜନତା ନୁହଁନ୍ତି ବହୁ ପ୍ରସିଦ୍ଧ କଳାକାରମାନେ ମଧ୍ୟ ଉର୍ଫିଙ୍କ ବିରୋଧରେ ଅଭିଯୋଗ ଦାୟର କରିଛନ୍ତି।

 

ଉର୍ଫି ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଫୋଟ ପୋଷ୍ଟ କରି ଲେଖିଛନ୍ତି, ମୁଁ ପିନ୍ଧୁଥିବା ପୋଷକା ଯୋଗୁଁ ଯଦି କାହା ଭାବନାକୁ ଆଘାତ ପହଞ୍ଚିଛି ତେବେ ସେମାନଙ୍କୁ ମୁଁ କ୍ଷମାପ୍ରାର୍ଥନା କରୁଛି । ଆଜିଠାରୁ, ଆପଣ ଏକ ସମ୍ପୂର୍ଣ୍ଣ ନୂତନ ଉର୍ଫି ଦେଖିବେ । ତାଙ୍କୁ ସଂପୂର୍ଣ୍ଣ ପରିବର୍ତ୍ତିତ ପୋଷାକରେ ଦେଖିବେ ବୋଲି ସେ କହିଛନ୍ତି ।

ଅଭିନେତ୍ରୀଙ୍କ ଏହି କ୍ଷମା ପ୍ରାର୍ଥନା ଅନେକ ପ୍ରଶଂସକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ସମସ୍ତେ ଭାବୁଥିଲେ ଯେ ଉର୍ଫି ସଂପୂର୍ଣ୍ଣ ରୂପେ ବଦଳିବାର କାରଣ କଣ ରହିଛି । ଗତକାଲି ପର୍ଯ୍ୟନ୍ତ, ଉର୍ଫି ଯିଏକି ତାଙ୍କ ପୋଷାକ ପାଇଁ ସମସ୍ତଙ୍କୁ କଡା ଜବାବ ଦେଉଥିଲେ ଆଜି ହଠାତ୍ ଏମିତି କଣ ହେଲା ଯେ ସେ କ୍ଷମା ମାଗୁଛନ୍ତି ? ଏହାପରେ ଉର୍ଫିଙ୍କ ନୂଆ ଟ୍ୱିଟ ସବୁ କିଛି ସ୍ପଷ୍ଟ କରିଦେଇଥିଲା। ସେ ଟ୍ୱିଟ୍ ରେ ଏପ୍ରିଲ ଫୁଲ ଲେଖିଛନ୍ତି । ଲୋକମାନେ ତାଙ୍କୁ ଯାହା କୁହନ୍ତୁ ନା କାହିଁକି, ସେ ନିଜକୁ କେବେ ପରିବର୍ତ୍ତନ କରିବେ ନାହିଁ ବୋଲି କହିଛନ୍ତି।