ଭାରତର ପଡୋଶୀଙ୍କୁ ସାହାଯ୍ୟ କରୁଛି ଆମେରିକା, ସତର୍କ କରାଇଲା ଆମେରିକା

1 min read

ନନ୍ଦିଘୋଷ ବ୍ୟୁରୋ: ଭାରତର ପଡୋଶୀ ରାଷ୍ଟ୍ର ପାକିସ୍ତାନ ଓ ଶ୍ରୀଲଙ୍କାକୁ ଚୀନର ଋଣ ପ୍ରଦାନ ପ୍ରସଙ୍ଗରେ ଉତକ୍ଷିପ୍ତ ଆମେରିକା । ଏହାକୁ ନେଇ ସମସ୍ୟା ଉପୁଜିପାରେ ବୋଲି ଆଶଙ୍କା ବ୍ୟକ୍ତ କରିଛି ଆମେରିକା । ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ଆସନ୍ତା ମାର୍ଚ୍ଚ ୧ରୁ ୩ ତାରିଖ ଯାଏ ଭାରତ ଗସ୍ତରେ ଆସିବା ପୂର୍ବରୁ ଏହି ଆଶଙ୍କା ବ୍ୟକ୍ତ କରିଛି ଆମେରିକା ।

ଦକ୍ଷିଣ ଓ କେନ୍ଦ୍ର ଏସିଆ ବ୍ୟାପାର ଉପମନ୍ତ୍ରୀ ଡୋନାଲଡ ଲୁ କହିଛନ୍ତି ଭାରତର ପଡୋଶୀ ରାଷ୍ଟ୍ର ପାକିସ୍ତାନ, ଶ୍ରୀଲଙ୍କା ଓ ନେପାଳକୁ ଚୀନର ଋଣ ବଳପୂର୍ବକ ବ୍ୟବହାର କରିବା ପରି ସମସ୍ୟା ସୃଷ୍ଟି କରିବ । ଲୁ କହିଛନ୍ତି- ଭାରତର ପଡୋଶୀ ରାଷ୍ଟ୍ରଗୁଡିକ ଯେପରି ଅନ୍ୟ କାହା ଦ୍ବାରା ଚାପଗ୍ରସ୍ତ ନ ହୋଇ ନିଜେ ନିଜର ନିଷ୍ପତ୍ତି ନେଇପାରିବେ ସେଥିଲାଗି ଆମେରିକା ଦୃଷ୍ଟି ରଖିଛି ।

ସେମାନେ ଯେପରି ନିଜ ନିଷ୍ପତ୍ତି କାର୍ଯ୍ୟକାରୀ କରିପାରିବେ ସେଥିଲାଗି ଆମେରିକା ସାହାଯ୍ୟ କରିବାକୁ ପ୍ରସ୍ତୁତ । ସଙ୍କଟ ଜର୍ଜରିତ ପାକିସ୍ତାନକୁ ଚୀନ ୭୦୦ ନିୟୁତ ଡଲାର ଋଣ ଦେବାକୁ ଚୀନ ବିକାଶ ବ୍ୟାଙ୍କ ବା ସିଡିବି ଘୋଷଣା କରିଛି ବୋଲି କହିଥିଲେ ପାକିସ୍ତାନ ଅର୍ଥମନ୍ତ୍ରୀ ଇଶାକ ଦର୍ ।