ଆମେରିକାର ଦୁଇ ହାଇପ୍ରୋଫାଇଲ ସଚିବଙ୍କ ସହ ଆଜି ଟୁ ପ୍ଲସ ଟୁ ଆଲୋଚନା

1 min read

ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟ ଅସ୍ଥିରତା ମଧ୍ୟରେ ଆମେରିକାର ଦୁଇ ହାଇପ୍ରୋଫାଇଲ ସଚିବଙ୍କ ଭାରତ ଗସ୍ତ । ପଞ୍ଚମ ଭାରତ-ଆମେରିକା ୨+୨ ମନ୍ତ୍ରୀସ୍ତରୀୟ କଥାବାର୍ତ୍ତା ଲାଗି କ୍ଷେତ୍ର ପ୍ରସ୍ତୁତ । ଆମେରିକା ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ଓ ପ୍ରତିରକ୍ଷା ସଚିବ ଲୟଡ ଅଷ୍ଟିନଙ୍କ ସହ ଆଲୋଚନା କରିବେ ଭାରତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ବୈଦେଶିକ ବ୍ୟପାର ମନ୍ତ୍ରୀ ଏସ. ଜୟଶଙ୍କର ।

ଚାରି ନେତାଙ୍କ ମଧ୍ୟରେ ସାମ୍ପ୍ରତିକ ଆଞ୍ଚଳିକ ସମସ୍ୟା, ବହୁମୁଖୀ ସମ୍ପର୍କ ଆଦି ପ୍ରସଙ୍ଗରେ ହେବ ଆଲୋଚନା । ଏହା ସହ ନିରାପତ୍ତା ପ୍ରସଙ୍ଗରେ ବି ପ୍ରସ୍ତୁତ ହେବ ବ୍ଲୁପ୍ରିଣ୍ଟ । ଏହି ମାସରେ ବ୍ଲିଙ୍କେନ ଇସ୍ରାଏଲ, ଜୋର୍ଡାନ, ଜାପାନ, ସାଉଥକୋରିଆ ଗସ୍ତ କରିବା ସହ ଭାରତ ଆସିବେ । ମଧ୍ୟପ୍ରାଚ୍ୟ ଗସ୍ତ କାଳରେ ବ୍ଲିଙ୍କେନ ଇସ୍ରାଏଲ-ହମାସ ଯୁଦ୍ଧ ପ୍ରସଙ୍ଗରେ ବିଭିନ୍ନ ରାଷ୍ଟ୍ର ସହ ଆଲୋଚନା କରିଥିଲେ । ଜାପାନରେ ଅନୁଷ୍ଠିତ ଗ୍ରୁପ ୭ ସମ୍ମିଳନୀ ପରେ ଭାରତ ଆସିବେ ବ୍ଲିଙ୍କେନ । ଶେଷ ଥର ଲାଗି ୨୦୧୮ରେ ଭାରତ ଓ ଆମେରିକା ମଧ୍ୟରେ ହୋଇଥିଲା ୨+୨ ଆଲୋଚନା । ଏହି ସମ୍ମିଳନୀ ଲାଗି ୯ ତାରିଖରେ ନୂଆଦିଲ୍ଲୀରେ ପହଞ୍ଚିଥିଲେ ଅଷ୍ଟିନ ।