କାନାଡ଼ା ଆକାଶରେ ଉଡୁଥିବା ସନ୍ଦିଗ୍ଧ ବସ୍ତୁକୁ ମିଜାଇଲ ମାରି ଖସାଇଲା ଆମେରିକା

1 min read

ଅଲାସ୍କା: ଆମେରିକା ପରେ ଏବେ କାନାଡା ଆକାଶରେ ସନ୍ଦିଗ୍ଧ ବସ୍ତୁ । ଅଜ୍ଞାତ ବସ୍ତୁକୁ ମିଜାଇଲ ମାରି ଖସାଇଲା ଆମେରିକା । ଆମେରିକାର ଯୁଦ୍ଧ ବିମାନ F-22 ଉକ୍ତ ସନ୍ଦିଗ୍ଧ ବସ୍ତୁକୁ ଖସାଇ ଦେଇଥିବା ସୂଚନା ଦେଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ । ଅଜ୍ଞାତ ବସ୍ତୁଟି ଅଲାସ୍କାର ୪୦ ହଜାର ଫୁଟ ଉପରେ ଆକାଶରେ ଉଡୁଥିବା ଦେଖାଯାଇଥିଲା ।

କାନାଡ଼ାର ବାୟୁସୀମାକୁ ଉଲ୍ଲଙ୍ଘନ କରୁଥିବାରୁ ଏହାକୁ ଖସାଇବାକୁ ଟ୍ରୁଡୋ ନିର୍ଦ୍ଦେଶ ଦେଇଥିଲେ ।  କାନାଡା ସେନା ଉକ୍ତ ବସ୍ତୁର ଭଗ୍ନାଂଶ ସବୁ ସଂଗ୍ରହ କରି ବିଶ୍ଳେଷଣ କରିବ ବୋଲି ପ୍ରଧାନମନ୍ତ୍ରୀ ଟ୍ରୁଡୋ କହିଛନ୍ତି ।

ମଝି ଆକାଶରେ ଧ୍ୱଂସ ହୋଇଥିବା ଅଜ୍ଞାତ ବସ୍ତୁଟି କ’ଣ ତାହା ଏଯାଏଁ ସ୍ପଷ୍ଟ ହୋଇନି । କାନାଡା ଆକାଶରେ ଉଡି ବୁଲୁଥିବା ସନ୍ଦିଗ୍ଧ ବସ୍ତୁକୁ ନଷ୍ଟ କରିବାକୁ ଆମେରିକା ଓ କାନଡାର ଲଢୁଆ ବିମାନ ଏକତ୍ର ଉଡ଼ିଥିଲେ । ୭ ଦିନ ପୂର୍ବରୁ ଚୀନର ଗୁପ୍ତଚର ବେଲୁନକୁ ଆକାଶରେ ଧ୍ୱଂସ କରିଥିଲା ଆମେରିକା ।