ଏୟାର ଇଣ୍ଡିଆକୁ ୧୪ ଲକ୍ଷ ଡଲାରର ଜରିମାନା କରିଛି ଆମେରିକା

ନୂଆଦିଲ୍ଲୀ: ଏୟାର ଇଣ୍ଡିଆକୁ ଆମେରିକାର ଜରିମାନା । ଟାଟା ମାଲିକାନାରେ ଥିବା ଏୟାର ଇଣ୍ଡିଆକୁ ୧୪ ଲକ୍ଷ ଡଲାରର ଜରିମାନା କରିଛି ଆମେରିକା । ଏହାସହ ଯାତ୍ରୀଙ୍କୁ ୧୨ କୋଟି ୧୫ ଲକ୍ଷ ଡଲାରର ରିଫଣ୍ଡ ମନି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । କୋଭିଡ ସଂକ୍ରମଣ ପାଇଁ ଅନେକ ବିମାନ ଉଡ଼ାଣ ବାତିଲ୍ ହୋଇଥିବାରୁ ଅନେକ ଯାତ୍ରୀ ପ୍ରଭାବିତ ହୋଇଥିଲେ । ସେହି ସମୟରେ ବିମାନ ବୁକିଂ ବାତିଲ୍ ବାବଦ ଅର୍ଥ ବିମାନ କମ୍ପାନୀ ଫେରସ୍ତ କରିଥିଲେ ।

କିନ୍ତୁ ଏୟାର ଇଣ୍ଡିଆ ଆମେରିକୀୟ ଯାତ୍ରୀଙ୍କ ଟିକେଟ ଟଙ୍କା ଫେରସ୍ତ କରିବାରେ ଅହେତୁକ ବିଳମ୍ବ କରିଥିଲା । ଏଥିପାଇଁ ଏୟାର ଇଣ୍ଡିଆକୁ ଜରିମାନ ଦେବାକୁ ଆମେରିକା ପରିବହନ ନିର୍ଦ୍ଦେଶ ଦେଇଛି । ଆମେରିକା ସରକାରଙ୍କ ନିୟମ ଅନୁସାରେ, ଉଡ଼ାଣ ବାତିଲ୍ ହେବା ବା ପରିବର୍ତ୍ତନ ହେଲେ ଏୟାରଲାଇନ୍ସ ନିୟମ ଅନୁସାରେ, କମ୍ପାନୀ ଟିକେଟ୍ ଅର୍ଥ ଫେରସ୍ତ କରିବ । ମାତ୍ର ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାରେ କମ୍ପାନୀ ପକ୍ଷରୁ ଅଧିକ ସମୟ ନିଆଯାଇଥିଲା ।