spot_img

Latest Posts

ଆଲୋକର ପର୍ବ ଦୀପାବଳି ଉପଲକ୍ଷେ ଶୁଭେଚ୍ଛା ଜଣାଇଲେ ଜୋ ବାଇଡେନ୍ ଓ କମଳା ହ୍ୟାରିସ୍

ନୂଆଦିଲ୍ଲୀ: ଶନିବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି- ନିର୍ବାଚିତ ଜୋ ବାଇଡେନ୍ ଏବଂ ଉପରାଷ୍ଟ୍ରପତି ନିର୍ବାଚିତ କମଳା ହ୍ୟାରିସ୍ ଆଲୋକର ପର୍ବ ଦୀପାବଳି ଅବସରରେ ମିଳିତ ଭାବେ ଶୁଭେଚ୍ଛା ଜଣାଇଛନ୍ତି ।

ସେ କହିଛନ୍ତି ଯେ, ସମଗ୍ର ଯୁକ୍ତରାଷ୍ଟ୍ର ଆମେରିକା, ଭାରତ ଏବଂ ବିଶ୍ୱରେ ଆଲୋକର ପର୍ବ ପାଳନ କରୁଥିବା ହିନ୍ଦୁ, ଜୈନ, ଶିଖ, ବୌଦ୍ଧ ଏବଂ ଅନ୍ୟମାନଙ୍କୁ ଆମ ପରିବାର ତରଫରୁ ଦୀପାବଳିର ଶୁଭେଚ୍ଛା ଜଣାଉଛୁ । ଏହି ମହାମାରୀ ସମୟରେ ଶ୍ରଦ୍ଧାର ସହ ସ୍ମରଣ କରାଯାଉଥିବା ଅନେକ ପରମ୍ପରା ଭଳି ଏ ବର୍ଷର ଦୀପାବଳି ମଧ୍ୟ ଅନ୍ଧକାରରେ ଆଲୋକର ସଙ୍କେତ, ଅଜ୍ଞତାରେ ଜ୍ଞାନ, ଏବଂ ଉଦାସୀନତାରେ ସହଯୋଗର ଅଧିକ ଗଭୀର ଅର୍ଥ ଧରି ପହଞ୍ଚିବ ବୋଲି ଏହି ଶୁଭେଚ୍ଛାରେ ସେମାନେ ଉଲ୍ଲେଖ କରିଛନ୍ତି ।

ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ମଧ୍ୟ ହ୍ୱାଇଟ୍ ହାଉସରେ ପ୍ରଦୀପ ପ୍ରଜ୍ଜ୍ୱଳନ କରୁଥିବା ଫଟୋ ସହ ଦୀପାବଳି ଶୁଭେଚ୍ଛା ଜଣାଇଛନ୍ତି।

ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ସଚିବ ମାଇକ୍ ପମ୍ପିଓ ଏବଂ ବୈଦେଶିକ ବିଭାଗ ମଧ୍ୟ ‘ଆଲୋକର ପର୍ବ’ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ବୈଦେଶିକ ବିଭାଗର ବ୍ୟୁରୋ ଅଫ୍ ସାଉଥ୍ ଆଣ୍ଡ୍ ସେଣ୍ଟ୍ରାଲ୍ ଏସିଆନ୍ ଆଫେୟାର୍ସ ଟୁଇଟ୍ କରିଛି: ଶୁଭ ଦୀପାବଳି ! ଆଲୋକର ପର୍ବ ପାଳନ କରୁଥିବାରୁ ଆମେ ସମସ୍ତଙ୍କ ନିରାପତ୍ତା ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛୁ । ସଶରୀରେ ପରିବାର ଓ ବନ୍ଧୁବର୍ଗଙ୍କ ଠାରୁ ଦୂରରେ ଥିଲେ ବି, ଏହି ପର୍ବର ଉସ୍ ସ ଆନନ୍ଦ ଓ ଆଲୋକ ଆଣୁ ।

ପମ୍ପିଓ କହିଛନ୍ତି, ଅନ୍ଧକାର ଉପରେ ଆଲୋକର ବିଜୟ ପାଳନ କରୁଥିବା ସମସ୍ତଙ୍କୁ ଦୀପାବଳିର ଶୁଭେଚ୍ଛା । ଆପଣଙ୍କ ପାଇଁ ଆଲୋକର ପର୍ବ ଆନନ୍ଦମୟ ହେଉ।

Latest Posts

Don't Miss