ପୁଣି କାବୁଲ ବିମାନ ବନ୍ଦରରେ ହୋଇପାରେ ଆକ୍ରମଣ: ସତର୍କ କରାଇଲେ ଜୋ ବାଇଡେନ୍

ଓ୍ୱାସିଂଟନ: ପୁଣି ଥରେ କାବୁଲ ବିମାନ ବନ୍ଦର ଉପରେ ହୋଇପାରେ ଆତଙ୍କୀ ଆକ୍ରମଣ । ଆଉ ୨୪ରୁ ୩୬ ଘଣ୍ଟା ମଧ୍ୟରେ ଆତଙ୍କୀ ଘଟାଇପାରନ୍ତି କାବୁଲ ବିସ୍ଫୋରଣ ଭଳି ଘଟଣାର ପୁନରାବୃତ୍ତି । ଆଫଗାନିସ୍ତାନର ଆମେରିକାର ଡ୍ରୋନ୍ ଅପରେସନ୍‌ ପରେ ଏଭଳି ଆଶଙ୍କା କରିଛି ଆମେରିକା  । ଏ ନେଇ ଖୋଦ୍ ରାଷ୍ଟ୍ରପତି ଜୋ ବାଇଡେନ୍ ସାମ୍ୱାଦିକ ସମ୍ମିଳନୀରେ ସତର୍କ କରାଇଛନ୍ତି ।

କାବୁଲ ସ୍ଥିତ ଆମେରିକୀୟ ଦୂତାବାସ ପକ୍ଷରୁ ମଧ୍ୟ ରବିବାର ଏ ନେଇ ସୂଚିତ କରାଯାଇଛି ।  ଏବଂ କାବୁଲ ଏୟାରପୋର୍ଟ ଗୋଟ୍ ଏବଂ ଆଖପାଖ ଅଞ୍ଚଳରୁ ଯଥାଶୀଘ୍ର ଫେରିଆସିବାକୁ କୁହାଯାଇଛି ।  ଅପରପକ୍ଷରେ କାବୁଲ ବିମାନ ବନ୍ଦରରକୁ ନିଜ ଅକ୍ତିଆରକୁ ନେଇଛି ତାଲିବାନ । ତିନୋଟି ଗେଟ୍‌ରୁ ଓହରିଲା ଆମେରିକା ସେନା  । ଡ୍ରୋନ୍‌ ଷ୍ଟ୍ରାଇକ୍‌ ପରେ ଆତଙ୍କୀ ସାବାଡ ହୋଇଥିବା ବେଳେ ଆଉ ଆତଙ୍କୀ ହମଲା ହେବ ନାହିଁ ବୋଲି ଆଶା କରାଯାଉଛି । ଗତକାଲି ସନ୍ଧ୍ୟାରେ ଗୁଳି ମାଡ ହୋଇଥିବା ବେଳେ ସ୍ଥିତିକୁ ତୁରନ୍ତ ନିଜ ଅଧିନକୁ ଆଣିଥିଲା ଆମେରିକା ସେନା  ।

ଏଥିସହିତ ପଢ଼ନ୍ତୁ: ଓହରିଲେ ଆମେରିକୀୟ ସେନା: ତାଲିବାନି କବ୍‌ଜାରେ କାବୁଲ ବିମାନ ବନ୍ଦର

ଅନ୍ୟପକ୍ଷରେ ତାଲିବାନର ଅକ୍ତିଆରର ବାହାରେ ଥିବା ପଞ୍ଜସୀରକୁ ଦଖଲ କରିଛନ୍ତି ଆତଙ୍କୀ  । କିନ୍ତୁ ଏଭଳି ଖବରକୁ ଅହମଦ ମସୁଦର ସମର୍ଥକ ଖଣ୍ଡନ କରିଛନ୍ତି  । ଏପର୍ଯ୍ୟନ୍ତ ପଞ୍ଜସୀର ଉପରେ ତାଲିବାନ୍‌ କବ୍‌ଜା କରିପାରିନାହିଁ । କିନ୍ତୁ ଅନବରତ ପ୍ରୟାସ ଜାରି ରହିଛି ବୋଲି କହିଛନ୍ତି ଅହମ୍ମଦ ମସୁଦର ସମର୍ଥକ  । ସେପଟେ ଆମେରିକାର ବିରୋଧୀ ଦଳ ନେତା କେଭିନ ମ୍ୟାକର୍ଥୀ ରାଷ୍ଟ୍ରପତି ଜୋ ବାଇଡେନ୍ ସମାଲୋଚନା କରିଛନ୍ତି । ଆଫଗାନିସ୍ତାନରେ ବିସ୍ଫୋରଣ ଦ୍ୱାରା ୧୩ ଆମେରିକା ସେନା ଶହୀଦ ହେବା ପରେ ଦଳର ସାଂସଦ ବାଇଡେନ୍‌ଙ୍କୁ ସମାଲୋଚନା କରିଛନ୍ତି । ଅଗଷ୍ଟ ୩୧ ସୁଦ୍ଧା ଆମେରିକା ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର କରିବ ବୋଲି କହିଛି । କିନ୍ତୁ ଯେ ପର୍ଯ୍ୟନ୍ତ ଆମେରିକା ସମସ୍ତ ଆମେରିକୀୟ ନାଗରିକଙ୍କୁ ଉଦ୍ଧାର ନ କରିଛି, ସେଯାଏ ଆଫଗାନିସ୍ତାନରେ ଆମେରିକା ସେନା ରହିବା ଦରକାର ବୋଲି ବିରୋଧୀ ଦଳ ନେତା କହିଛନ୍ତି ।

Leave a Reply