ଆମେରିକାରେ ଆଜିଠୁ ଦିଆଯିବ ମୋଡେର୍ଣ୍ଣା ଟିକା

ଓ୍ୱାଶିଂଟନ୍: ଆମେରିକାରେ ସୋମବାରଠୁ କରୋନା ଟିକା ପ୍ରଦାନ କରାଯାଉଛି । ଏହି ଟିକା ନେବାକୁ ଥିବା ବ୍ୟକ୍ତିଙ୍କ ମଧ୍ୟରେ ରହିଛନ୍ତି ଉପରାଷ୍ଟ୍ରପତି ମାଇକ ପେନ୍ସ, ହାଉସ ସ୍ପିକର୍ ନାନସୀ ପେଲୋସି, ସିନେଟ ମେଜରିଟି ଲିଡର ମିଚ ମ୍ୟାକକୋନେଲ । ନବନିର୍ବାଚିତ ରାଷ୍ଟ୍ରପତି  ଜୋ ବିଡେନଙ୍କୁ ମଧ୍ୟ ସୋମବାର ଟିକା ଦିଆଯିବ ବୋଲି ସୂଚନା ମିଳିଛି।

ହେଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏପର୍ଯ୍ୟନ୍ତ କରୋନା ଟିକା ଦିଆଯାଇନାହିଁ। । କରୋନା ଯୋଦ୍ଧାଙ୍କୁ ବର୍ତ୍ତମାନ ଭ୍ୟାକସିନ୍ ଡୋଜ ଦିଆଯିବାକୁ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଅଗ୍ନିଶମ କର୍ମଚାରୀ, ଶିକ୍ଷକ ଏବଂ ଗ୍ରୋସରୀ ଷ୍ଟୋର ଆଦି କର୍ମଚାରୀ ତଥା ଅତ୍ୟାବଶ୍ୟକ ସେବାରେ ନିୟୋଜିତ ୭୫ବର୍ଷରୁ ଅଧିକ ଲୋକଙ୍କୁ  ଟିକା ଦିଆଯିବ କରୋନା ବିଶେଷଜ୍ଞ କମିଟି ପ୍ରକାଶ କରିଛନ୍ତି ।

Odisha Covid-19 Vaccinations AEFI Committee Reconstituted

ପୂର୍ବରୁ ଫାଇଜର ଭ୍ୟାକ୍ସିନ୍‌କୁ ଜରୁରୀକାଳିନ ପରିସ୍ଥିତିରେ ବ୍ୟବହାର ପାଇଁ ଅନୁମତି ମିଳିବା ପରେ ଆମେରିକୀୟ ଖାଦ୍ୟ ଏବଂ ଡ୍ରଗ୍ସ ଆଡମିନିଷ୍ଟ୍ରେସନ ମୋଡର୍ନାଙ୍କ ଟିକାର ଜରୁରୀକାଳୀନ ବ୍ୟବହାରକୁ ଅନୁମୋଦନ କରିଛି।

କେନ୍ଦ୍ର ସରକାରଙ୍କ ଟିକା ବିତରଣ ପ୍ରୟାସର ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ଡକ୍ଟର ମୋନସେପ ସାଲୋ କହିଛନ୍ତି ଯେ ସୋମବାର ପ୍ରାୟ ୫.୯ ନିୟୁତ ମୋଡେର୍ଣ୍ଣା ଟିକା ଏବଂ ଫାଇଜରର ୨ ନିୟୁତ ଟିକା ସମେତ ପ୍ରାୟ ୮ ନିୟୁତ ଡୋଜ ବିତରଣ କରାଯିବ।

Leave a Reply