ଭିନ୍ନ ଧର୍ମର ଯୁବକର ଉନ୍ମତ୍ତକାଣ୍ଡ, ମନ୍ଦିରରେ ପଶି ଭକ୍ତଙ୍କୁ ପିଟିଲା

ଉତ୍ତରପ୍ରଦେଶ: ନାରକୀୟ କାଣ୍ଡ ଭିଆଇଲେ ଯୁବକ । ଭିନ୍ନ ଧର୍ମର ଯୁବକ ମନ୍ଦିରରେ ପଶି ଭକ୍ତଙ୍କୁ ମାଡ଼ ମାରିଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଉତ୍ତରପ୍ରଦେଶର ଉନ୍ନାଓ ଅଞ୍ଚଳରୁ ଆସିଛି ଏଭଳି ଖବର ।  ଯୁବକଙ୍କ ମାଡ଼ରେ ତିନି ଜଣ ଭକ୍ତ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କୁ ଲକ୍ଷ୍ନୌ ସ୍ଥାନାନ୍ତର କରାଯାଇଛି । ଅବସ୍ଥା ଗୁରୁତର ଥିବା ଜଣା ପଡ଼ିଛି । କେହି କିଛି ଭାବିବା ପୂର୍ବରୁ ଯୁବକ ଜଣକ ଅତର୍କିତଭାବେ ମନ୍ଦିରରେ ପ୍ରବେଶ କରିଥିଲା ଏବଂ ଭକ୍ତମାନେ କିଛି ଜାଣିବା ଆଗରୁ ପ୍ରହାର ପରେ ପ୍ରହାର ପକାଇ ଚାଲିଥିଲା । ଯାହାର ଭିଡିଓ ମନ୍ଦିରରେ ଥିବା ସିସିଟିଭରେ କଏଦ ହୋଇଛି । ଏବେ ଏହି ଭିଡିଓଟି ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ମନ୍ଦିର ବାହାରେ ଥିବା ସିକ୍ୟୁରିଟି ଗାର୍ଡମାନେ ଅଭିଯୁକ୍ତକୁ ଧରିଥିବାବେଳେ ସଫଳ ହୋଇଥିବାବେଳେ ପୋଲିସକୁ ହସ୍ତାନ୍ତର କରିଛନ୍ତି । ଅଭିଯୁକ୍ତ ଜଣକ ସଂଖ୍ୟାଲଘୁ ସଂପ୍ରଦାୟର । ଅଭିଯୁକ୍ତର ନାଁ ସରିଫ୍ ବାଙ୍ଗରମଉଇ । ଅଭିଯୁକ୍ତ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଏହାସହ ଅଭିଯୁକ୍ତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ରାସ୍ତାରୋକ ମଧ୍ୟ କରିଥିଲେ । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିବା ସହ ଲୋକେ ସେଠାରୁ ହଟିଥିଲେ । ତେବେ ଅନ୍ୟ ଧର୍ମର ଏହି ଯୁବକ ଜଣକ କେଉଁ କାରଣରୁ ଏଭଳି ଆକ୍ରମଣ କରିଥିଲା ତାହା ଜଣା ପଡ଼ିନାହିଁ । ବାଡ଼ିରେ ଭକ୍ତଙ୍କୁ ମାଡ଼ ମାରି ଲହୁ ଲୁହାଣ କରିଥିବାବେଳେ ସ୍ଥାନୀୟ ଲୋକେ ତାତିଥିଲେ । ପ୍ରତିଦିନ ଏଠାକୁ ଶହ ଶହ ଭକ୍ତମାନେ ଆସୁଥିବାବେଳେ ଯଦି ଏଭଳି ଅଘଟଣ ଘଟେ ତାହେଲେ କେହି ଭକ୍ତ ଆସିବେ ନାହିଁ । ଏଣୁ ଅଭିଯୁକ୍ତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରି ରାସ୍ତାକୁ ଓହ୍ଲାଇଥିଲେ ସାଧାରଣ ଜନତା । ତେବେ ପୋଲିସ ହେପାଜତରେ ଅଭିଯୁକ୍ତ ଜଣକ ଏବେ ରହିଥିବାବେଳେ ଆହତମାନେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।